ପ୍ରେମର ପଥିକ
ପ୍ରେମର ପଥିକ
1 min
1.3K
ଦୁଇ ବିପରୀତ ପଥର ପଥିକ ଆମେ
ଚାଲୁଛେ ଏକା ହୋଇ,
ଅନ୍ତ ନାହିଁ ଏ ପଥର
ଆମେ ଚାଲୁଥିବା ଏମିତି ସାଥୀ ହୋଇ ।
ଅପ୍ରତୀତ ଏହି ବାସ୍ତବିକତାକୁ କରି ଆପଣାର,
ଦେଇଛେ ପ୍ରତିଶ୍ରୁତି ଦୁହେଁ ଦୁହିଁଙ୍କୁ
କେବେ ନ ହେବାକୁ ଦୂର ।
ପଥର ଦୂରତ୍ୱ ଯେବେ ହୁଅଇ ଅଧିକ
ମନର ଦୂରତ୍ୱ ହୁଏ କ୍ଷୀଣ,
ବିଲଗ୍ନ ହୋଇଯାଏ ଦୁଇ ମନ,
ନ ଥାଏ ସନ୍ଦେହର କୋୖଣସି ବର୍ଣ୍ଣ ।
ଭଲପାଇବାର ପୁଣ୍ୟତାରେ ଆମେ ହୋଇଛେ ମଗ୍ନ,
ରହିଛି ରହିବ ଏହି ପୁଣ୍ୟତାର ଅଂଶ
ନାହିଁ କୋୖଣସି ସମୟର ବ୍ୟବଧାନ,
ଏ ସମୟ ତ ପ୍ରେମରେ ପୂର୍ଣ୍ଣ ।