Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Inspirational

5.0  

Bauribandhu Lenka

Inspirational

ସ୍ୱାଗତ ମୌସୁମୀ

ସ୍ୱାଗତ ମୌସୁମୀ

1 min
7.1K



ତୁମ ପଦ ନୂପୁର ନିକ୍ୱଣ

ଶୁଭିଲାଣି ରୁଣୁ ଝୁଣୁ ସୁରେ

ତନୁ ମନ ପୁଲକିତ ହୁଏ

ମନ୍ଦ ମନ୍ଦ ଶୀତଳ ସମୀରେ॥


ଘନ କୃଷ୍ଣ ମେଘମାଳା ବକ୍ଷେ

ଚପଳାର ସ୍ୱର୍ଣ୍ଣାଭ ଚମକ

ଟିପି ଟିପି ବର୍ଷା ବିନ୍ଦୁ ସ୍ପର୍ଶେ

ଭିଜାମାଟି ଖେଳାଏ ମହକ॥


ତୁମ ଆଗମନୀ ବାର୍ତ୍ତା ଗୁଞ୍ଜେ

ମେଘର ସେ ଗୁରୁ ଗରଜନେ

ଆନନ୍ଦିତ ପୁର ପଲ୍ଲୀବାସୀ

ନାଚେ ଶିଖି ମେଘ ଦରଶନେ ॥


ତୃଷାତୁର ଚାତକ ଚାତକୀ

ଗାଇଲେଣି ତୃପ୍ତିର ସଂଗୀତ

ଗର୍ଭାଧାନ ସୁଖକାଳ ଜାଣି

ବଳାହକ ଗଣେ ଉଲ୍ଲୋସିତ ॥


ଜାଇ ଯୂଇ କଦମ୍ବ କେତକୀ

ହେନା ମଲ୍ଲୀ ମାଳତୀ ଟଗର

ସଜେଇବେ ପ୍ରକୃତି ରାଣୀକୁ

ନାନା ରଙ୍ଗେ କେଡେ ମନୋହର॥


ଶୁସ୍କ ନଦୀ ଗ୍ରାମ୍ୟ ପୁଷ୍କରିଣୀ

ବର୍ଷାଜଳେ ଉଠିବ ଉଛୁଳି

ରୁକ୍ଷ ବୃକ୍ଷ ଶ୍ରୀହୀନ ବନାନୀ

ଅଙ୍ଗେ ଦେବେ ସବୁଜିମା ବୋଳି ॥


କ୍ଷେତେ କ୍ଷେତେ ବୀଜ ଅଙ୍କୁରଣ

ହେବ ତୁମ ପହିଲି ପରଶେ

ମେଘମାଳା ସଙ୍ଗେ ଆସ ତୁମେ

ବର୍ଷିଯାଅ ମୋ ଭାରତ ବର୍ଷେ ॥

****



email- bblenka53@gmail.com


Rate this content
Log in

Similar oriya poem from Inspirational