ବର୍ଷା ରାତ୍ରିର ଅନୁଭୂତି
ବର୍ଷା ରାତ୍ରିର ଅନୁଭୂତି
ନିର୍ଜନ ସେଇ ଘରଟା ଭିତରେ
କାଳିମା ଅନ୍ଧାର ବୋଲି
ଦପଦପ ହୋଇ ଝଟକୁ ଥିଲା ତ
ଆକାଶରେ ସେ ବିଜୁଳି ।।
ଘଡଘଡି ତାଳେ ଥରୁଥିଲା ମୋର
ଏଇ ଅମାନିଆ ଛାତି
ଫଡଫଡ ହୋଇ ଉଡୁଥିଲା ସେଇ
ଝରକାରେ ବନ୍ଧା ପଟି ।।
କଲା ମେଘେ ଲୁଚି ଖେଳେ ଲୁଚକାଳି
ସେ ଅମାନିଆ ବିଜୁଳି
ଝିପିଝିପି ହୋଇ ଝରି ପଡୁଥିଲା
ଆକାଶୁ ଅଜସ୍ର ବାରି ।।
ଝାପସା ଝାପସା ବିଜୁଳି ଆଲୁଅ
ଦିଏ ଭିନ୍ନ ଅନୁଭୂତି
ନୁଆଁ ନୁଆଁ ଲାଗେ ପ୍ରତିଟି ସମୟ
ଭାବେ କେଉଁଠି ମୁଁ ଅଛି ।।
ତୁହା ତୁହା ସେଇ ଅମାନିଆ ବର୍ଷା
ଯାଉଥିଲା ସତେ ଝରି
ପ୍ରତି ଜଳକଣା ମିଶି ପବନରେ
ଶିତଳତା ଦିଏ ଆଣି ।।
ନିଦ ଆସେ ନାହିଁ ଏଇ ମୋ ଆଖିରେ
କେତେ ସ୍ଵପ୍ନ ଆସେ ଭାସି
ପ୍ରତିଟି ମୁହୁର୍ତ୍ତ ଲାଗେ ପ୍ରୀତି ଭରା
ଭାବନାରେ ଯାଏ ମାତି ।।
ଭାସି ଆସେ ସେଇ ଅତୀତ ସ୍ମୃତି
ପ୍ରିୟା ଯାଏ ମନେ ପଡି
ସପନେ ସପନେ କେତେ ଯେ ସତାଏ
କେତେ ଅନୁଭୂତି ନେଇ ।।
ପବନର ତାଳେ ନାଚି ଉଠେ ମନ
ହୃଦୟ ମୋ ଯାଏ ଥରି
ଅତୀତ ସ୍ମୃତିର ପ୍ରତିଟି ପୃଷ୍ଠା
ଆପେ ଆପେ ଯାଏ ଖୋଲି ।।
କେତେ ଯେ ଯନ୍ତ୍ରଣା କେତେ ଉନ୍ମାଦନା
ମନେ ଯାଏ ଘର କରି
ନିଦ ହୁଏନା ତୋ ଜମା ଏ ଆଖିକୁ
ନିଜକୁ ଯାଇଛି ଭୁଲି ।।
@ବିକେଶ ସାହୁ