ରୋକେ କିଏ
ରୋକେ କିଏ
1 min
1.3K
ରୋକେ କିଏ
ରୋକେ କିଏ
ଜୁଡ଼ୁବୁଡ଼ୁ ମାଠିଆର
ସେ ଛଲକାପାଣିକୁ
ଯେତେବେଳେ ତାହା
ଅଣ୍ଟା ଉପରକୁ
ଅଧା ଖୋଲା ଶରୀରର ରାସ୍ତା ଦେଇ
ତନୁଲତାକୁ ଛୁଇଁବାକୁ
ଚେଷ୍ଟା କରେ
ତୁମ ବକ୍ଷର ସ୍ୱେଦକୁ
ରୋକେ କିଏ
ଯାହା ପାଇଁ
ଅଧା ବାଟ ଯାଇ
ଅଟକି ରହି ଯାଏ ସେ
ଅଧା ଭିଜା ବ୍ଲାଉଜର
ଅର୍ଦ୍ଧବୃତ୍ତାକାର ବଳୟ ଖଣ୍ଡରେ
କିଏ ରୋକେ
ମୋ ଆଖିର ଲୁହକୁ
ଯିଏ ନିତ୍ୟନିୟତ
ବହିବାକୁ ଚାହେଁ
ତୁମ ହୃଦୟର
ହ୍ରଦ ଭିତରକୁ
ଲୁଣି ନଦୀଟିଏ ହୋଇ