ରଜନୀ
ରଜନୀ
ନବ ଅସ୍ତମିତ କୋଳରେ ପ୍ରଭାତ
କ୍ଷରେ ସମ ଭାବ ଦେଇ ।
ରଜନୀ ବଧୁର ଚାରୁ କ୍ରୋଡ଼ ତଳେ
ନିମଜଇ ସ୍ଵ..ଭା ରାଇ ।
ବିହଙ୍ଗ କାକଳି ଶବଦରେ ଆହା
ଧରା ହୁଏ ବିମଣ୍ଡିତ।
ମଧୁର ତାନରେ ଫେରନ୍ତି ସକାଳେ
ହୋଇ ମନେ ଉତ୍ଫୁଲିତ ।
ବିଟପି ଶାଖାରେ ବିମଳ କାନ୍ତିରେ
ମଧୁର ତାନ ପରାଗ ।
ଯେଉଁ ପ୍ରାୟେ ବଧୂ ଆସଇ କୂଳକୁ
ସକଳେ ଦେଇ ସରାଗ ।
ଗଗନ ଉଛୁଳି ପଡୁଛି ମରାଳି
ପିନ୍ଧି ନବ ପରିପାଟି ।
କୋରକ ଛାନ୍ଦରେ କାଂଚୁଲି ତଳରେ
ଗଭା ଚାନ୍ଦ ଝରା ଛାଟି ।
ନବ ଶୋଭ ପ୍ରଭା ବେଣୀ ଯୁତ ଆଭା
ସକାଳ ଚାଣୁର ବାନ୍ଧି ।
ସେ ବନ୍ଧନ ତଳେ ବିଜନ ଆତୁଳେ
କରନ୍ତି ରୋଦନ ଛନ୍ଦି ।
ଶଶୀ ଦେଇ ମୁଖ କରେ ଆଭାଷୀସ
ରୋଦନ ହାରିବା ପାଇଁ ।
ତାର ମୁଖେ ଯେଉଁ ଶୋଭାର ବିଭୋର
ବନ୍ଧନ କରାଳ ଛୁଇଁ ।
ବରଷା କାଳର କଳାପି କଳାପେ
ମଞ୍ଜୁଳ ନର୍ତ୍ତକ ଧ୍ୟାୟୀ ।
ଘୋର ଅନ୍ଧକାର ଆକାଶ ପାତାଳ
ଚଉଦିଗ ନିଭାସଇ ।
ଘନ ଘନ କମ୍ପି ଉଠୁଛି ମରୁତ
ଦେଖି ନବ ବଧୂ ଧ୍ୟାନ ।
ପାଣ୍ଡୁର ଆଲୋକେ ପର୍ବତ ଶିଖର
ଦିଶେ ପରି ଧ୍ୟାନ ମଗ୍ନ ।
ଧବଳ ଉତ୍ତରି ଗଗନ ବିଛୁରି
ରହୁବରେ ନିଶା ରାଣୀ ।
ସ୍ଵ ଗମନ ରତ ମନେ ଉତ୍ଫୁଲିତ
କରଣେ ସ୍ଵାମୀ ବରଣୀ ।
ତରଳ ମୁକୁର ପ୍ରାଏ ଆଭାସିଛି
ସିନ୍ଧୁ ବକ୍ଷେ ବୀଚିମାଳ ।
ଦିଗ ଚକ୍ର ପରି ଲକ୍ଷାଧିକ ଛବି
ବିଲୋକେ ରୂପ ମଞ୍ଜୁଳ ।
ସେହି ପ୍ରାୟେ ମୁହିଁ ଆନନ୍ଦ ଶଯ୍ୟାରେ
ହୁଏ ବାର ବିକ୍ଷୋବିତ ।
ଆହା କି ସୌଷ୍ଠବ ଏ ଭାରତ ଆମ
ତା ଜଠେ ସଭିଏଁ ସୁତ ।
ସୁଜାତ 23-10-2017