Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Neelima Nivedita Behera

Inspirational

2  

Neelima Nivedita Behera

Inspirational

ମୁଠାଏ ସାହସ

ମୁଠାଏ ସାହସ

1 min
6.8K


ମୁଠାଏ ସାହସ ବିନା...

ନା କାହାକୁ ପ୍ରେମ କରିହୁଏ ନା ଜିଇଁ ହୁଏ ଜୀବନ

ମାପିଚୁପି ଲାଭ-କ୍ଷତିର ହିସାବ କରି 

ନା ଓଦା କରିହୁଏ ମନ ନା କିଣିହୁଏ ଆଖି ସପନ ?

ମୁଠାଏ ସାହସ ବିନା...

ସମୟ ପୂର୍ବରୁ ବୟସ ପିଠିରେ ଲୁଚିଯାଏ ଯୌବନ 

ଆକାଶରେ ତରା, ଆଶାର ଖରା ପରି 

ନା ଗଣିହୁଏ ଜହ୍ନ କିରଣ ନା ଛୁଇଁହୁଏ ନୀଳ ଗଗନ ?

ମୁଠାଏ ସାହସ ବିନା...

ନା ଘଟଣା ହୁଏ ଇତିହାସ ନା ବାନ୍ଧି ହୁଏ ବର୍ତ୍ତମାନ 

ସତମିଛ ପାପପୂଣ୍ୟର ହିସାବ କରି 

ନା ରୋକିହୁଏ ଅଭିମାନ ନା ଆତଯାତ ହୁଏ ପବନ ?

ମୁଠାଏ ସାହସ ବିନା...

ଅନ୍ଧାରର ଛାତି ଚିରି ଆସି ପାରେନା ବି, ଦିନ...

#Neelima Nivedita


Rate this content
Log in