Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational

2  

ଓଡ଼ିଆ ଗଳ୍ପ ଓ କବିତା - ୩

Inspirational

ଋତୁ ମୋ ପ୍ରେମିକା

ଋତୁ ମୋ ପ୍ରେମିକା

1 min
6.8K


ଦୀପ୍ତିଲେଖା ମିଶ୍ର


ତୁମ ମନେ ଅଛି କି ନାହିଁ ଜାଣେନା

ପିଲା ବେଳର ଗୁଡ଼ି ଉଡ଼ା ହେଉ

ଅବା କଅଁଳିଆ ଖରାର ଘୋଡ଼ଣୀ

ଭିତରେ ରହି ଢୁଳେଇ ବାର ମଜା ॥

ଆଜି ମୋ ପାଖେ ନାହିଁ ସେ ଖୁସି

ପିଲା ବେଳର ସବୁ ମଜା ମଜଲିସ୍

ତଥାପି ତୁମେ ମୋ ପାଖେ ଆସିଲେ

ମନେ ପଡିଯାଏ ଅକଳନା ସପନ

ଅସୁମାରୀ ସୁନ୍ଦର ସୁନ୍ଦର ଭାବନା

ଆଉ ଅମାପ ଅସୀମ ସୁଖ ଦୁଃଖ ॥

ଏ ସବୁ ତୁମେ ଶୁଣି ପାରୁଛ କି ନା

ତାହା ତ ମୁଁ ଜାଣିପାରେନା

ତଥାପି ତୁମ ପ୍ରେମରେ ହୋଇଛି ବନ୍ଧା

ହେବି ବି ପ୍ରେମରେ ବନ୍ଧା ଆଗକୁ

ଅନ୍ତହୀନ ସାଗରରେ ତୁମ ସାଥିରେ ॥

ତୁମେ ଆସିଲେ ଘେନି ଆସେ ପର୍ବ ପର୍ବାଣୀ

ଶୀତ ପୋଷାକ ଆଉ ମଧୁର ଫଳ

ତୁମେ ଆସି ହସିଦେଲେ ଝରି ପଡ଼େ

ତୁମ ଓଠୋରୁ କେତେ ମୃଦୁ ପବନ ॥

ଏମିତି ମୋତେ ଭଲ ପାଉଥାଅ

ଆଉ ମୁଁ ବି ତୁମକୁ ଝୁରୁଥିବି

ଏମିତି ସାରା ରାତି ସାରା ଦିନ

ବିତି ଯାଉ ହସ ଖୁସିରେ ମୋ ଜୀବନ॥

ହେ ମୋ ଶୀତୁଆ ପବନ ଭରା

ଆନନ୍ଦମୟୀ ଅମାପ ଶୀତ

ତୁମେ ହିଁ ତ ମୋ ପ୍ରେମିକା

ତୁମେ ହିଁ ତ ମୋ ପ୍ରକୃତ ମିତ ॥


Rate this content
Log in