ଜୀବନର ଦୋ ଛକି
ଜୀବନର ଦୋ ଛକି
ସମୟ କେଜାଣି ମତେ କେଉଁଠି କି ନେଇ ଆସିଲା ..?
ଆଗକୁ ବଢି ପାରୁନି କି
ପଛକୁ ଫେରି ପାରୁନି
କ୍ଳାନ୍ତ ଆଖିରେ ମୋର ନିଦର ବନ୍ୟା
ପାଦ ଆଉ ମନ ଉଭୟ ଭାରାକ୍ରାନ୍ତ
ସେ ମିଠା କଅଁଳିଆ ସକାଳ
କେଜାଣି କେଉଁଠି ଦେଖିବାକୁ ମିଳୁନି
ଜୀବନର ଦୋ ଛକିରେ ଠିଆ ହେଇ
ଭଙ୍ଗା ମୋ ଛାତ ତଳୁ
ତାରାର ଖଣ୍ଡ ବିଖଣ୍ଡିତ ଅଂଶ ସାଉଁଟୁଛି
ଅନେକ କିଛି ହଜେଇଛି
ତଥାପି ହାରିନି
ଜାଣେ କିଏ ଥାଉ କି ନଥାଉ
ମୁଣ୍ଡ ଆକାଶ
ପାଦ ତଳର ମାଟି
ତମେ ପ୍ରଭୁ ଥିବ ମୋ ପାଇଁ
କଣ୍ଟା ଭରା ରାସ୍ତାକୁ ମୋର ଫୁଲ ଗାଲିଚାରେ ତୁମେ ବଦଳେଇ ଦେଉଛ
ମୁଁ ଡରିବି କଣ ପାଇଁ
ମାନ ମାରିବି କଣ ପାଇଁ
ଜାଣେ ତୁମେ ଦେଇଥିବା ଦୁଃଖ ସବୁ
ଏ ଅପରାଜିତାର ପରୀକ୍ଷା
ମୁଁ କୃତକାର୍ଯ୍ୟ ହେଲି କି ଫେଲ
ମୋର ଚିନ୍ତା ନାହିଁ
ମୁଁ ହାରିଲେ ତୁମ ଜିତୁଛ
ସେଇ ମୋର ଖୁସି ପ୍ରଭୁ
ତୁମ ସବୁ ଜଞ୍ଜାଳକୁ କାନ୍ଦରେ ବୋହିବି
ଓଠରେ ବହେ ହସ ଲଦି।