କଳ୍ପନାରେ -23
କଳ୍ପନାରେ -23
ତୁମ ସ୍ମୃତି ଯେତେ ରହିଛି ହୃଦୟେ
ଭୁଲି ନାହିଁ ତୁମ ହସ
ମାଘୁଆ ଶୀତରେ କାକର ପଡିଛି
ପାଇବିକି ତୁମ ବାସ
ତୁମ ପାଦ ଚିହ୍ନ ଯାଆନ୍ତାକି ମିଳି
ଦେଖୁଥାନ୍ତି ନିତି ବସି
ମନ ତଟିନୀର ବାଲୁକା ବେଳାରେ
ଗୋପନେ ରଖନ୍ତି ଆସି।
ମନେ ପଡିଗଲେ ଆସୁଥାନ୍ତି ପାଶେ
ଦେଖୁଥାନ୍ତି ତୁମ ଚିହ୍ନ
ସରଗ ରାଇଜୁ ଆସିବକି ଫେରି
ଜାଣିଛି ଏସବୁ ସ୍ଵପ୍ନ।