Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ସମୟ ବଡ ବଳବାନ

ସମୟ ବଡ ବଳବାନ

1 min
302


ଅଖଣ୍ଡ ମଣ୍ଡଳାକାର ଏ ପ୍ରକୃତି ଆୟୁ ସ୍ୱୟଂ ମହାକାଳ

କେବେ ସୃଷ୍ଟି କାହିଁ ସ୍ଥିତି କେବେ ବା ବିଲୟ ଜାଣେ ନିଜେ କାଳ ।


ପ୍ରାଗୈତିହାସିକ ଯୁଗ ପୁରାଣରୁ ଇତିହାସର ବର୍ଣ୍ଣନl

ସତ୍ୟ ତ୍ରେତା ଦ୍ୱାପର ଆବର କଳିଯୁଗ ଚଳି ବର୍ତ୍ତମାନ।


ଫସିଲରୁ ହିସାବ ଲଗାଏ ଚାଲେ ପରୀକ୍ଷାଗାରରେ ଗଣନ

କେତେ ଲକ୍ଷ କେତେ କୋଟି ବର୍ଷ ଏ ଧରାର ହେଲା ଆଗମନ।


ଶୈବାଳରୁ ମନୁଷ୍ୟର ସୃଷ୍ଟି ଯାଏ ଗତିପଥ ଆକଳନ

ସିଂପାଂଜିରୁ ମର୍କଟ ପର୍ଯ୍ୟନ୍ତ ମଣିଷର ଆବିର୍ଭାବ ଗାନ ।


ଜୟଦେବ ଶ୍ରୀଗୀତଗୋବିନ୍ଦେ ଦଶାବତାରର ବର୍ଣ୍ଣନା

ବିବର୍ତ୍ତନବାଦକୁ ବଖାଣି କାଳ ବକ୍ଷେ ରଖିଗଲେ ନା ।


କାଳଚକ୍ର ଘୁରେ ଅବିରତ ଅତୀତ ବର୍ତ୍ତମାନ ଭବିଷ୍ୟ

କେତେ ଇତିହାସ ଗଢାହୁଏ ଲୀନ ହୁଏ ତା ଗର୍ଭେ ଅବଶ୍ୟ।


ସମୟଟା ବଡ ବଳବାନ କାହାପାଇଁ ରୋକି ଯାଏ ନାହିଁ

ଆଜି ହୋଇଯାଏ ଗତକାଲି ଆସନ୍ତା କାଲି ରୁ ଆଜି କାହିଁ !


ଅତୀତର ସ୍ମୃତି ରୋମନ୍ଥନ ଭବିଷ୍ୟତ ପାଇଁ କଳପନା

ଦୁଇ ମେରୁ ମଧ୍ୟେ ବର୍ତ୍ତମାନ କରିବାକୁ ସବୁର ସାଧନା ।


ସ୍ୱପ୍ନ ସବୁ ଭବିଷ୍ୟତ ପାଇଁ ବର୍ତ୍ତମାନେ କରିବା ସାକାର

ସରଗକୁ ନିଶୁଣି ବାନ୍ଧିବ ରାବଣକୁ ନେଲା କାଳ କୃର ।


ଟିକ୍ ଟିକ୍ ଘଣ୍ଟାକଣ୍ଟା ଚାଲେ ସମୟର ସଚେତନ ବାଣୀ

ସମୟର ଉପଯୋଗ କର ସମୟକୁ ନ ପାରିବ ଟାଣି ।


ଅତୀତ ଭବିଷ୍ୟତର ଯୋଗସୂତ୍ର ଯେଣୁ ବର୍ତ୍ତମାନ କାଳ

ହାତରେ ଅଛି ଯା ତାକୁ କରିନାହିଁ ଆଳସ୍ୟରେ ନିଜ ଖେଳ ।


ଆଜି ମଲେ କାଲିକି ଦି ଦିନ ଧୀରେ ଧୀରେ ଭୁଲିଯିବେ ମନ

କୀର୍ତ୍ତି ସ୍ତମ୍ଭ ଗଢିଛି ଯେ ନର ଇତିହାସ ଦିଏ ତାକୁ ସ୍ଥାନ ।


ନାମଟିଏ ମିଳେ ଜନମରେ ସେ ନାମର କର ସାର୍ଥକତା

କାଳ ବକ୍ଷେ ଲୁଚିଯିବା ଆଗୁଁ ସର୍ବନାମ ନହେଉ ବାରତା ।



Rate this content
Log in