Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Abhakanta

Others

3  

Abhakanta

Others

ମୋ ବଇଁଶୀ

ମୋ ବଇଁଶୀ

1 min
13.7K


ମୋ ବଇଁଶୀ

 

ଆଭାକାନ୍ତ ମହାନ୍ତି

 

ମୋ ବଇଁଶୀ ଆଉ ପ୍ରାଣ ମତାଣିଆ

       ସୁର ବାଉନି ଗୋ ସହୀ

ମିଳନ-ସୂରୁଯେ ଲୁଚାଇ ରଖିଛି

       ବିରହ-ବାଦଲ ଛାଇ । ୦ ।

 

ଭଲପାଇବାର ଶେଷ ସୀମା ସିନା

       ଆଜି ମୋ ମରମ ଖାଏ

ବ୍ୟର୍ଥ ଜାଣି ବି ମୁଁ ତୁମ ଖିଆଲରେ

       ଜଡ଼ିଯାଏ ଛାଏଁ ଛାଏଁ

ପ୍ରେମମିତ୍ର ଯେତେ ଅଧୈର୍ଯ୍ୟ କରାନ୍ତି

       ଆଜି ମୋର ଶତ୍ରୁ ହୋଇ । ୧ ।

 

ବିଧୁର ପରାଣେ ତୁମ ମଧୁଛୁଆଁ

       ଅବିରତେ ହୁଏ ଲୋଡ଼ା

ରୋଧିପାରୁନାହିଁ ବିରହୀ ମନର

       ଗତି କର୍ମ-ତଟୁ-ଘୋଡ଼ା

ସମୟ ତାଳରେ ବ୍ୟାକୁଳତା ଚାଲେ

       ଦୁଇକୂଳ ଖାଇ ଖାଇ । ୨ ।

 

ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in