Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalyani Nanda

Others

3  

Kalyani Nanda

Others

ଜହ୍ନର ନଗରୀ

ଜହ୍ନର ନଗରୀ

1 min
175



ଝାପସା ପାହାଡର ସେପାରିରେ,

ଚାନ୍ଦ ନଗରୀର ବଜାରରେ ,

ତାରକାଙ୍କ ପ୍ରବଳ ଗହଳି ।


ସୁଖର ମାଦକତା

ଶାନ୍ତିର ଶୀତଳତା

ସତ୍ଯ ର କୋମଳତା,

ଅହିଂସା ଓ ନ୍ଯାୟର ଉଜ୍ଜ୍ବଳତା,

ସବୁ କିଛିର ବିକ୍ରି ଓ କ୍ରୟ ଚାଲିଛି ।


ଚାନ୍ଦର ଚାନ୍ଦିନୀ ଉଦ୍ଭାସିତ ହେଉଛି ,

ଜହ୍ନ ନଗରୀକୁ ଆଲୋକିତ କରି

ଝାପସା ପାହାଡ ଧିରେ ଧିରେ ଆଖି ମେଲୁଛି,

ଅନାଉଛି ସେଇ ଜହ୍ନର ବଜାରକୁ ।

ଯିବ କି ...?

ବସୁଧାକୁ ସାଥେ ନେଇ

କିଣି ଆଣିବ ଯେତେ ସବୁ ସତ୍ଯ, ନ୍ଯାୟ,

ଅହିଂସା ଓ ଶାନ୍ତିକୁ ,

ଆଉ ବଦଳ କରି ଦେବ ଯେତେ ସବୁ ,

ବସୁଧାକୁ ତା ସନ୍ତାନ ଦେଇଥିବା

ରାଗ, ଦ୍ବେଷ , ଅହଂ ଭାବକୁ

ହୁଏ ତ ଚାନ୍ଦ ନଗରୀ ପରି

ବସୁଧା ବି ଆଲୋକିତ ହେବ ତା ଚାନ୍ଦିନୀରେ ,

ଗୁଞ୍ଜରିତ ହେବ ମଧୁର ସୁର

ଯେବେ ବସୁଧା ବକ୍ଷେ ହେବ

ତାରକାଙ୍କ ପ୍ରବଳ ଗହଳି ।


ଝାପସା ପାହାଡ ସେପାରିରେ ,

ଚାନ୍ଦ ନଗରୀର ବଜାର,...... ଯିବା କି ?

ପ୍ରଶ୍ନ ଆସେ ମନେ ,......ବାର ବାର......ଲଗାତାର ।




Rate this content
Log in