ଝରକା ସେପାଖେ ମୋ ଗାଁ ସକାଳ
ଝରକା ସେପାଖେ ମୋ ଗାଁ ସକାଳ
ଗାଁ ଟି ମୋର, କେଡେ ନିଜର
ତା’ ପରି କେହି ନାହିଁ
ସକାଳ ହେଲେ, ସୁରୁଜ ଉଏଁ
ରାତି ତ ଯାଏ ପାହି |
ବଡ଼ିସକାଳୁ, ଏ ଶୀତ ଦିନେ
ଆମ ଗାଁର ଚିତ୍ର ,
ଲେଖି ବସୁଚି , ଲାପଟପରେ
କହୁଚି ଜଣେ ମିତ୍ର |
ସକାଳୁ ଆଗ , ଦିଶଇ ମତେ
ଦାଣ୍ଡ ଅଗଣା ଦୃଶ୍ୟ ,
ଗୋବର ପାଣି , ପକାଉ ଥାଏ
ସେ ମୋ ଚୀର ନମସ୍ୟ |
ଥୁରୁଥୁରିଆ , ଶୀତ କାକରେ
କାଖରେ ଜାକି ବାଡି ,
ଗାଁ ଦାଣ୍ଡରେ, ଅଡେଇ ନିଏ
ଗୋରୁପଲଙ୍କୁ ‘ଧଡି ‘ |
ରାଧୁ ମଉଷା ,ସକାଳୁ ଉଠି
ଦାନ୍ତ ଘଷିବା ପାଇଁ ,
ଛିଡାଉଥାନ୍ତି , ମନ୍ଦାର ଡାଳ
ମୋ ଆଡକୁ ଚାହିଁ |
ଟୁନା ଓ କୁନା , ବଡି ସକାଳୁ
ଟାଣନ୍ତି ମୋତେ ଆସି ,
ସେତିକି ଥାଉ ଏ ମୋ ଲେଖା
ପରେ ଲେଖିବି ବସି |