Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prakash Sahoo

Tragedy

3  

Prakash Sahoo

Tragedy

ଅଧା ବାଟ

ଅଧା ବାଟ

1 min
7K


     ଅଧା ବାଟ

ବାଟ ଟା ମୋର ସରୁନି
ଆହୁରି ଅନେକ ବାଟ ଯିବାକୁ ହେବ
 ଝୁଣ୍ଟି ପଡିବାର ସମ୍ଭାବନା ଅଛି।
ସାଥ ଦେବା କୁ କେହି ନାହିଁ।
ଏକା ଚାଲିବାର ଅଭ୍ୟସ୍ତ ହେଲିଣି।
ଅଧା ବାଟ ଚାଲି ଆସିବା ପରେ
ମୁଁ ଟିକେ ଥକି ପଡିଛି।

ଏହି ଅଧା ବାଟ ଯାଏ
ଅନେକ କିଛି ଦେଖିଛି କିଛି ସବୁ
ଦିନ ପାଇଁ ସ୍ମୃତି ହୋଇଛି ଆଉ କିଛି 
ସ୍ମୃତି ପୁନର୍ବାର ମନ ରେ ନ ଆସିବା 
ପାଇଁ ଚେଷ୍ଟା କରୁଛି।
ଅନେକ ସାଥି ଙ୍କୁ ଭେଟିଛି
କିଏ ଆହା କରିଛି
ପୁଣି କିଏ ମୁହଁ ବୁଲାଇଛି
କାହାକୁ ଭ୍ରୁକ୍ଷେପ ନ କରି ମୁଁ 
ଆଜିଯାଏ ଏହି ଅଧା ବାଟ କୁ 
ଅତିକ୍ରମ କରିଛି।

ଦିନେ ଏହି ଅଧାବାଟ  ସରିଯିବ
ମୁଁ ଆଉ ଏକା ହୋଇଯିବି
ପାଦ ପକାଇବାକୁ ଆଉ ଇଞ୍ଚ ଟିଏ
ରାସ୍ତା ଥମ କରି ରହିଥିବ
ଭିନ୍ନ ଏକ ବାଟ ରେ
ମୁଁ ବାଟୋଇ ହୋଇଯିବି

ସେହି ବାଟ ରେ ଚାଲୁ ଚାଲୁ
କେତେ ଯେ ମୋ ପରି ଅଲୋଡ଼ା
ପ୍ରାଣୀ ଙ୍କ ସହ ଭେଟ ହେବ
କିଏ ପରିଚିତ ଆଉ କିଏ ଅଚିହ୍ନା
ସମସ୍ତେ ଅତୀତ ର ସ୍ମୃତି ସହ
ଏକ ମୁହାଁ ହୋଇ ଚାଲୁଥିବେ।

ହଠାତ ଦେଖା ହେବ ତା ସହିତ
ଦୀର୍ଘଦିନ ଚାହିଁରହି
ରାସ୍ତା କଡ ରେ ବସିଥିବ
କାହିଁ କେତେ ଦିନୁ ଅପେକ୍ଷା କରିଛି।
ସେ ମୁଁ ଆସିବି ବୋଲି
ମୋତେ ଛାତି ରେ ଜାକି ଧରି
ଅପେକ୍ଷା ର ଅନ୍ତଃ କରିବ।
ତା ପୁଲକ ରେ ଉଛୁଳି ପଡିବି
ହାତ ରେ ହାତ ସନ୍ଧି ଚାଲିବୁ
ଆଗକୁ ଆଗକୁ ସୀମାହୀନ ଦୂରତ୍ୱ କୁ।

 ଶେଷ ରେ ଅଧା ବାଟ ଯାଏ
ସବୁ ସ୍ବପ୍ନ ଉଡିଯିବ ସିମିଳି ତୁଳା ପରି।

ପ୍ରକାଶ ସାହୁ







Rate this content
Log in

Similar oriya poem from Tragedy