ଜୀବନ
ଜୀବନ
ତାତି ଭଳି ରାତି
ବିତିଯିବ
ଝଡ଼ ପରି ମନ
ଥମିଯିବ
ସରିଯିବ ଦିନେ
ହଳେ ଆଖିର କଳ୍ପିତ କାହାଣୀ
ଇତି ହେବ
ଓଠରେ ଲାଖିଥିବା
ସମସ୍ତ ଆଶା-ଆଶଙ୍କାର ଚାହାଣି ।
ପ୍ରଶ୍ନ ତେବେ
ବଳକା କ’ଣ ରହିବ ?
ସ୍ଵପ୍ନ ତ ମିଛର ନଅର
ତାକୁ ନେଇ କି ମେଣ୍ଟେଇ ହେବ କ୍ଷୁଧା ?
ଜୀବନ ତ ଖରା-ଛାଇର ମିଶ୍ରଣ
‘ପ୍ରେମ’ ଏକ ଭାବପ୍ରବଣତା କେବଳ!
ନିର୍ଯ୍ୟାସ, ନିଷ୍ପତ୍ତି, ନିବୃତ୍ତିରେ ଲିଭିଯିବ ସବୁ ନୀଳିମାର ରଙ୍ଗ
ମିଶିଯିବ ଆଲୋକର ନିମନ୍ତ୍ରଣ ମାନ, ହଜିଯିବ ନିରବ ତରଙ୍ଗ
ତଥାପି ବଞ୍ଚିଥିବ ଜଣେ ତାହାରି ଭିତରେ
ସିଏ ହେଇଥିବ ଅଜନ୍ମା ଆଉ କାରଣ ବିହୀନ
ନାମ ଯାହାର ଚରାଚର ଜୀବନ ।