Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhiram Sahoo

Others

3  

Abhiram Sahoo

Others

ଅଭିନୟ

ଅଭିନୟ

1 min
417


॥ ଅଭିନୟ ॥


ଗଛରେ ଫୁଟିଲା ଗୋଲାପ ଦେଖିଲେ

ଆଖିରେ କାମନା ଜଳୁଛି

ଡେମ୍ଫରୁ ଛିଡାଇ ପାଖୁଡା ସହିତେ

ଦଳିବାକୁ ମନ ଚାହୁଁଛି

ତଳେ ପଡିଥିବା ଫୁଲକୁ କିଏ ବା

ଛାତିରେ ଉଠେଇ ନେଉଛି

ଆହା ପଦକରେ ଜୀବନର ସାହା ହେଉଛି !


ମଞ୍ଜ ପତରରୁ ବାଛି ବାଛି ଯିଏ

ଯଉବନ ଚାଖି ଚାଲିଛି

ବାସି ହେଲା ପରେ ଚିରା ପତରକୁ

କୁଆଡେ କେଜାଣି ଫିଙ୍ଗୁଛି

ସିଏ କେବେ କାହା ଖାଲି ପତରରେ

ଅନୁରାଗେ ଫୁଟା ବଗଡା ଚାଉଳ

ଅନ୍ନ ମୁଠିଏ ବାଢିଛି !


ଅନ୍ଧାରକୁ ଯିଏ ଅଣ୍ଟିରେ ପୂରେଇ

ଦିନ ଆଲୁଅରେ ମିଛ ଅଭିନୟ କରେ

ପର ଦୁଃଖରେ ତା' ଆଖିରୁ କି କେବେ

ଦରଦ ଉଛୁଳା ଲୁହର ଝରଣା ଝରେ !


Rate this content
Log in