Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BISWESWAR MAJHI

Others

5.0  

BISWESWAR MAJHI

Others

ଚେକ୍ ମେଟ୍

ଚେକ୍ ମେଟ୍

1 min
271


ଚେସ୍ ଖେଳର ନିୟମ ରହିଛି ରାଜା ହିଁ ଗୁରୁତ୍ୱପୂର୍ଣ୍ଣ

ମନ୍ତ୍ରୀ ସୈନିକ ଘୋଡା ଯେତେ ଥାଉ ରାଜା ନଥିଲେ ଅପୂର୍ଣ୍ଣ ।

ରାଜାକୁ ସୁରକ୍ଷା ଦେବା ପାଇଁ ବଳି ପଡନ୍ତି ସମସ୍ତ ଗୋଟି

ରାଜା ବଂଚିଥିବା ଯାଏ ଖେଳ ଚାଲେ ଦର୍ଶକଙ୍କୁ ଉଚ୍ଚ କୋଟି ।

ଖେଳର ନିୟମ ସଂସାର ପରିକା ଶକତ ରାଜାର ଗେଟ୍

ଅପର ରାଜାଙ୍କୁ ଧରାଶାୟୀ କଲେ କହୁ ତାକୁ ଚେକ୍ ମେଟ୍ ।

ରାଜା ରାଜୁଡା ସେ ଶାସନ ଗଲାଣି ରାଜଠାଣି ଯାଇନାହିଁ

ଦୁର୍ବଳ ଦଳିତ ପେଶି ହେଉଥାନ୍ତୁ ଯାଏ ଆସେ କିଛି ନାହିଁ ।

ରାଜା ଦିନେ ଥିଲେ ଈଶ୍ବର ପ୍ରତିମା ଧର୍ମରାଜ ଯୁଧିଷ୍ଠିର

ଦିଲ୍ଲୀପ ଅଜ ରଘୁ ରାଜାରାମ ନିମି ହରିଶ୍ଚନ୍ଦ୍ର ବୀର ।

ବଚନ ସିଦ୍ଧ ପରଜା ପାଳକ ଦାନବୀର ସୁରବୀର

ତ୍ୟାଗର ମୂରତି ଅକ୍ଷୟ କୀରତି ରଖିଗଲେ ଧରାପର ।

ରାଜତନ୍ତ୍ର ନାହିଁ ଗଣତନ୍ତ୍ର ଆଜି ଗଣର ହେଉଛି ହତ୍ୟା

ବାହୁବଳୀ ସାଜେ ଜନ ପ୍ରତିନିଧି ଜନତା ସହେ ଅଗତ୍ୟା ।

ଭୋଟ୍ ର କ୍ଷମତା ପରଜା ନ ବୁଝେ ଦେବ ଯଦି ଚେକ୍ ମେଟ୍

ଅସାଧୁ ନେତାଏ କାନକୁ ଆଉଁସି ହୋଇଯିବେ ନିଶ୍ଚେ ସେଟ୍ ।


Rate this content
Log in