Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Dambarudhar Bag

Fantasy Others

3  

Dambarudhar Bag

Fantasy Others

ଗ୍ରୀଷ୍ମ ପ୍ରବାହ

ଗ୍ରୀଷ୍ମ ପ୍ରବାହ

1 min
232


ଗ୍ରୀଷ୍ମ ପ୍ରବାହର ତତଳା ତାୱାରେ

ତାତୁଛି ସାରା ଓଡିଶା ।

ଜ୍ବଳନ୍ତ ନିଆଁରେ ପ୍ରଜ୍ବଳିତ ହୁଏ

ଥରହର ଚତୁର୍ଦ୍ଦିଶା ।

ସୂର୍ଯ୍ୟ ଦେବ ଏଠି ସାଜଇ ସମ୍ରାଟ

ସେନାପତି ସାଜେ ଖରା ।

ଖରାର ଖଡ୍ଗରେ ଫାଟି ଆଁ କଲା

ଫାଳ ଫାଳ ହେଲା ଧରା ।

ଡହକ ବିକଳ ଜୀବନ ହୁଅଇ

ଆତ୍ମା ହୁଏ କଳବଳ ।

ପ୍ରଜାକୁଳ ଏଠି ଛଟପଟ ହୁଏ

ସଂଗ୍ରାମ କରେ ପ୍ରବଳ ।

ଖରା ଓ ଧରାର ଭୀଷଣ ଯୁଦ୍ଧରେ

ଜନ କରନ୍ତି ଚିତ୍କାର ।

ଆର୍ତ୍ତ ଚିତ୍କାରରେ ପ୍ରକମ୍ପିତ ହୁଏ

ହୃଦୟ ସମସ୍ତଙ୍କର ।

ଶ୍ରୀ ଡମ୍ବରୁଧର ବାଗ

ଚପ୍ରିଆ, ଗୋଲାମୁଣ୍ଡା, କଳାହାଣ୍ଡି


Rate this content
Log in