Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Thriller Inspirational

3  

Satyabati Swain

Thriller Inspirational

ସେ

ସେ

1 min
396


ଯଦି ପଚାରନ୍ତା 'ସେ'

ସମସ୍ତେ କୁହନ୍ତେ

ରହି ଯା' ଟିକେ

ଯିବି 'ଏ' କାମଟା ସାରି ଦେଇ

ବୋଧେ ସେଇପାଇଁ

ସେ ଆସେ ସୂଚନା କିଛି ନଦେଇ

ନଲେ ବଢି ଯାଆନ୍ତା ଆମ ବଡେଇ ।

ସେ ପାଦ ଚିପି ଚିପି ଆସେ

ଆମକୁ ଲଦି ହୋଇ ବସେ

ମଝିରେ ମଝିରେ ଆମ ଦଉଡା ଦେଖି

ନିଶବ୍ଦେ

ଦାନ୍ତ ନେଫେଡେଇ ହସେ;

କେବେ ଠେଲିଦିଏ 

ହଣା ମୁହଁକୁ

ତାଳି ମାରି କୁରୁଳି କୁରୁଳି

ନାଚେ

ନଚାଏ 

ଘିରି ଘିରି ବୁଲାଇ।

ତାକୁ ଆଲିଙ୍ଗନ କରିବା ପାଇଁ

ଆମ ଯେତେ ସବୁ ନାଟ ହାଟ

ତା କୋଳେ ଶୋଇବା ନେଇକି

ଆମ ଆତ୍ମା ପକ୍ଷୀ ଉଚ୍ଚାଟ

ସବୁ କରୁଛି ସେଇ

ଖାଲି ମାଧ୍ୟମ ହୋଇ

ଆମେ ଡହକ ନିଆଁରେ ଜଳୁ

ଅନ୍ଧପୁଟୁଳି

ଆଖିରେ ବାନ୍ଧିଛି 'ସେ'

ମିଛଟାରେ ମୁଁ ,ମୋର

ହୋଇ ରଡୁ ।


Rate this content
Log in