Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

3  

Parshuram Biswal

Others

ଡାଲି ଚାଉଳରେ ମିଶୁଅଛି ଗୋଡ଼ି

ଡାଲି ଚାଉଳରେ ମିଶୁଅଛି ଗୋଡ଼ି

1 min
7.1K


ଡାଲି ଚାଉଳରେ ମିଶୁଅଛି ଗୋଡ଼ି

 

ପର୍ଶୁରାମ ବିଶ୍ୱାଳ

 

ମହଜୁଦକାରୀ କଳାବେପାରୀଙ୍କ ରାଜୁତି ଚାଲିଚି ଏଠି

କୋଟିକୋଟି ଟଙ୍କା ନେଉଚନ୍ତି ଠକି, ଖୋଲୁନାହିଁ କା’ର ପାଟି

ନୀଳାଚଳେ ବସି କି ଦେଖୁଚୁ ଜଗା

ତୋ କାନେ ପଡୁନାହିଁଟି !

 

ଡାଲି ଚାଉଳରେ ମିଶୁଅଛି ଗୋଡ଼ି, ଅଟାରେ ତେନ୍ତୁଲି ମଞ୍ଜି

ବାଲି ସରସର ଗୁଡ଼ଟି ଖାଉଚୁ, ଯାହା ହେଉ ଆଖି ବୁଜି

ତେଲଟି ଭେଜାଲ, ପରିବା ଭେଜାଲ

କେମିକାଲ୍ ଫେଣ୍ଟାଫେଣ୍ଟି ।

 

ରୋଗଟିଏ ହେଲେ ଔଷଧଟି ଲୋଡ଼ା ନାହିଁ କହ ତୁ କାହାର

ସିଏ ବି ଭେଜାଲ, କି କହିବୁ ପ୍ରଭୁ, କିଣିବାକୁ ଲାଗେ ଡର

ସାବୁନ, ସରଫ ଯେତେ ଷ୍ଟେସନାରୀ

ଭଲ ମିଳୁଚି କୋଉଠି ?

 

କୋଉ ଚିଜ ଦର ବଢ଼ିବା ଜାଣିଲେ ଆମ ମହଜୁଦକାରୀ

ଲୁଚେଇଦିଅନ୍ତି ତା ଗୋଦାମଘରେ ଧରମକୁ ଆଖି ଠାରି

ବେଳକାଳ ଦେଖି ଚଢ଼ାରେ ବିକନ୍ତି

ଚିପି ଗରିବର ତଣ୍ଟି ।

 

ବୁଝେଇ କହିଦେ କାଳିଆ ତୁ ଆଗେ ତୋର ଏ ଭାରତବାସୀ

ଖବର ଦିଅନ୍ତୁ ପୁଲିସକୁ ଯାଇ, ଯାହାକୁ ଦେଖନ୍ତି ଦୋଷୀ

ତୁ ବି ଠାକୁର ସତମିଛ ବୁଝି

ନେଇଯା ସେ ଫାଶୀଖୁଣ୍ଟି ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in