Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rajesh Kumar Jain

Comedy

3  

Rajesh Kumar Jain

Comedy

ମୋବାଇଲ୍

ମୋବାଇଲ୍

1 min
6.9K


ମୋବାଇଲ୍

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

 

ଯେବେଠୁ ଧରିଛି ମୋବାଇଲ୍

ହଜିଯାଇଛି ଚେହେରାର ସ୍ମାଇଲ୍ ।

ନଧରିବାର ଉପାଧି ବ୍ୟାକ୍ୱାର୍ଡ

ଧରିକରି ସବୁଦିନେ କରୁଛି ୱାର୍ ।

ମ୍ୟାସେଜର ଆଟାକ୍ ହୁଏ ଘନଘନ

ରିପ୍ଲାଇ ଦେବାକୁ ମନ କନକନ ।

ବାଜୁଛି ଘଣ୍ଟି ଅହରହ ଦିନରାତି

ଜଣାପଡୁନାହିଁ ସମୟର ଗତି ।

ମୋବାଇଲରେ ଏବେ ପଶିଛି ନେଟିଂ

ଜୀବନଟା ଲାଗୁଛି ଟୋଟାଲୀ ପଲୁଟିଂ ।

ୱାର୍ଡସପର ନିଶା ଦିନରାତି ଘାରିଛି

କିଏ ମରୁ ବା ବଞ୍ଚୁ ସବୁ ଭୁଲିଯାଇଛି ।

ମୋବାଇଲର ବ୍ୟାଖ୍ୟା ଅତି ଜଟିଳ

ଚାରୋଟି ଅକ୍ଷରେ ଉତ୍ତର ସରଳ :

ମୋ  -      ଜୀବନର ସବୁଠୁ ବଡ଼ ସ୍ମାଇଲ୍

              ହାତରେ ମୋବାଇଲ୍

              ନୂତନ ଯୁଗର ସ୍ପନ୍ଦନ ।

ବା    -      ବାପା ମା’ ଦାଉରୁ ମୁକ୍ତି ।

ଇ     -      ଇଲୁ ଇଲୁ ପ୍ରେମର ନୂତନ ଭାଷା

              କରାଉଛି ଦିନସାରା ଉଠାବସା ।

ଲ     -      ଲଜ୍ୟା ଆଉ ସରମର ଇତିଶ୍ରୀ

              ଯେବେଠୁ ଆସିଛି ମୋବାଇଲ୍ ଫ୍ଲୋ

              ଲ୍ୟାଣ୍ଡ ଲାଇନ୍ ପୂରାପୂରି ସ୍ଲୋ ।

ଫ୍ଲୋ ଆଉ ସ୍ଲୋ ଭିତରେ ହେଉଛେ ଘାଣ୍ଟି

ସବୁ ଏବେ ଓଭର୍ଫ୍ଲୋ, ଧରିଛି ତଣ୍ଟି ।

ଫେଣ୍ଟାଫେଣ୍ଟି ଯୁଗ ହୋଇଛି ଷ୍ଟାର୍ଟ

ନିଜେ ନିଜେ ସବୁ ଓଭର୍ସ୍ମାର୍ଟ

ଟଚ୍ କରିଛି ଆମ ହାର୍ଟ ।

ଆଈ ହେଉ ଅବା ଅଜା

ଏହାଠାରୁ ବେଶି ନାହିଁ ମଜା

କହୁଛି ଆଜି ଦେଶର ପ୍ରଜା

ହୃଦୟର ସ୍ପନ୍ଦନ ମୋବାଇଲ୍ ରଜା  ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in

Similar oriya poem from Comedy