Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Hrushikesh Satpathy

Others

2  

Hrushikesh Satpathy

Others

ଗେହ୍ଲେଇ ଫଗୁଣ

ଗେହ୍ଲେଇ ଫଗୁଣ

1 min
6.9K


ଗେହ୍ଲେଇ ଫଗୁଣ ହଳଦୀ ଦେହରେ

କିମିଆ ଖରାର ପଣତ ମେଲି।

ଧିରେ ଧିରେ ଆସେ ସୁୁୁନା ଅଗଣାରେେ

ଆମ୍ବ ବଉଳର ମିତକୁ ନେଇ।

ଶୀତୁଆ ପଵନ ଧିରେ ଧିରେ ଯାଏ

ଫଗୁଣ ଓଢ଼ଣିି ରଙ୍ଗକୁୁୁ ଦେଖି।

ସୋରିଷଫୁଲର ଚେନାଏ ହସରେ

ମହକାଇ ଦିଏ ସରଗ ଶଶୀ।

କୋଇଲିର କୁୁୁହୁ,ମଧୁପର ମହୁ

ଫିକା ପଡ଼ି ଗଲା ଫଗୁଣ ଆଗେ।

ତୁମେ ତ ଆସୁୁୁଛ ସପନ କୁମାରୀ

ତୁମ ଇସାରାରେ ଦୁନିଆରଙ୍ଗେ।

ଫଗୁଣ ଲୋ ତୋର କି ଗୀତ ଗାଇବି

ବରଷକେ ଥରେ ଆସୁଛୁ ସଖିି।

ଆସୁୁୁନୁ ବରଷେ ଚାରି ଛ' ଥର

ଈର୍ଷା କରିବ ଶ୍ରାବଣୀ ଦେଖି।


Rate this content
Log in