Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Inspirational Others Children

0  

Prasant Kumar Nath

Inspirational Others Children

ରାକ୍ଷୀ

ରାକ୍ଷୀ

1 min
469




ରାକ୍ଷୀ ନୁହେଁ ଖାଲି ସୂତାଖିଅଟିଏ
ଅଟେ ସେ ମମତା ଡୋରୀ
ଭାଇର ଶରଧା ଭଉଣୀ ମମତା

ରହିଥାଏ ସେଠି ଭରି ।

ଭାଇ ହାତେ ରାଖି ବାନ୍ଧଇ ଭଉଣୀ

ଭାଇର ଶୁଭ ମନାସି

ରାଖୀ ଛୁଇଁ ଭାଇ କରଇ ଶପଥ

ଦେବା ପାଇଁ ହସ ଖୁସି ।

ସମ୍ପର୍କ ବନ୍ଧନ ଅଟେ ଏହି ରାଖୀ

ପବିତ୍ର ପୁଣ୍ୟର ଦିଅଁ

ଅତୁଟ ଵଂଧନେ ବାନ୍ଧି ହେବ ପାଇଁ

ଅଟେ ଏକ ସୁତାଖିଅ ।

ପିରତୀ ପୁଲକ ଖୁସିର ଝଲକ

ଭାଇ ଭଉଣୀର ସ୍ନେହ

ପ୍ରେମର ବନ୍ଧନ ଅମୂଲ୍ୟ ରତନ

ଗୋଟେ ମନ ଦୁଇ ଦେହ ।


Rate this content
Log in

Similar oriya poem from Inspirational