Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bijay Prusty

Others

3  

Bijay Prusty

Others

ବେସୁରା ଗୀତି-୭୧୮

ବେସୁରା ଗୀତି-୭୧୮

1 min
6.8K


ବେସୁରା ଗୀତି-୭୧୮

 

ବରଷା ରାଣୀର ପଣତରେ ଦିନେ

ପୋଛି ଦେବି ବୋଲି ଆଖି

କଟାଇଛି କେତେ ବିନିଦ୍ର ରଜନୀ

ଆଖି ମୋର ଅଛି ସାକ୍ଷୀ  ॥

ଜୋଛନା ନଈରେ କରୁଥିଲି ସ୍ନାନ

ପ୍ରଚଣ୍ଡ ଗ୍ରୀଷ୍ମର ତାପେ

ହଜି ଯାଇଥିଲି ଦୁନିଆଁ ଦାଣ୍ଡରେ

ନ ଥିଲେ କେହି ମୋ ପାଶେ  ॥

ଦିନେ ଅବେଳରେ ମଘର ପଣତ

ଜହ୍ନକୁ ଲୁଚାଇ ଦେଲା

ଜୋଛନାର ନଈ ହଜିଗଲା କାହିଁ

ଖୋଜି ଖୋଜି ନ ମିଳିଲା  ॥

ବରଷାର ଧାର ଅକାଶୁ ଓହ୍ଲାଇ

ଭୁଇଁରେ ରଖିଲା ପାଦ

ଭିଜାଇ ଦେଲା ସେ ସାରା ଦୁନିଆଁକୁ

ମୋ ସହିତ କଲା ବାଦ  ॥

ଛୁଇଁଲାନି ଦେହ କାହିଁକି କେଜାଣି

ଆଖିରେ ଭରିଲା ଲୁହ

ସବୁ ସ୍ଵପ୍ନ ମୋର ଉଜାଡି ଦେଲା ସେ

କରିଦେଲା ଅସହାୟ  ॥


Rate this content
Log in