Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bikesh Sahu

Inspirational

2  

Bikesh Sahu

Inspirational

ସବୁ ଓଲଟ ପାଲଟ ଚାଲିଛି

ସବୁ ଓଲଟ ପାଲଟ ଚାଲିଛି

1 min
6.6K


ସବୁ ଓଲଟ ପାଲଟ ଚାଲିଛି

କିଏ ଧନ ପାଇଁ କିଏ ଜନ ପାଇଁ

କିଏ ତନ ପାଇଁ ଲଢ଼ୁଛି

ସବୁ ଜାଣି ଜାଣି ଜ୍ଞାନୀ ମଣିଷଟା

ଦେଖ ଏଠି ପଶୁ ସାଜୁଛି ।।୧


ଭାଇ ଭାଇ ଆଜି ନାଇରେ ଏକତା

ଭାଇଟା ଭଗାରି ସାଜିଛି

ଭାଇର ବିଶ୍ୱାସ ଆଜି ସାଜେ ବିଷ

ପର ତ ଆପଣା ସାଜୁଛି ।।


ଧରମ ଯେ କରେ ସତ୍ୟକୁ ଆଚରେ

ନିନ୍ଦା ଅପବାଦ ସହୁଛି

ମିଛୁଆକୁ ପରା ଆଜିରେ ଆଦର

ମିଛରେ ଦୁନିଆ ଚାଲିଛି ।।୩


ନିଜ ଏଠି ପର, ପର ତ ଆପଣା

ଅଣ୍ଟି ଛୁରି ତଣ୍ଟି କାଟୁଛି

ଯେ ଦେଶ ଭିକାରୀ ଆଜି କୋଟିପତି

ସେ ଦେଶ ଗରିବ ସାଜୁଛି ।।୪


ନିଜ ପରମ୍ପରା ଭୁଲି ଏ ମଣିଷ

ପରକୁ ଆପଣା କରୁଛି

ମାଆ ପାଖେ ନାହିଁ କାଣି କଉଡିଟେ

ଶାଶୁ ବ୍ୟାଙ୍କ ବେଲେନ୍ସ ବଢୁଛି ।।୫


ମନେ ନାହିଁ ଭକ୍ତି ଆମ ସାହି ଝିଅ

ତଥାପି ମନ୍ଦିର ଯାଉଛି

ସେ ଲାଗି ସେ କାଲି ବିଉଟି ପର୍ଲେରେ

ଦି ଘଣ୍ଟା ଯାଏ ବସିଛି ।।୬


ଏଠି କହନ୍ତି ଗୋଟିଏ କରନ୍ତି ଗୋଟିଏ

କିଏ ବା କାହାକୁ ମାନୁଛି

ଉପଦେଶ ଛଡା ବାକି ଯାହା ସବୁ

ଟଙ୍କା ରେ ଏଠି ମିଳୁଛି ।।୭


ଗଢ଼ା ହୁଏ ଖାଲି ନୀତି ନିୟମ

ହେଲେ କିଏ ତାହା ମାନୁଛି

ନାଲି ପାଣି ଆଉ ମାଉସରେ ଖାଲି

ଶୋଭା ଯାତ୍ରା ଏଠି ଚାଲୁଛି ।।୮


ଧରମ ନାମରେ ଧାର୍ମିକ ସାଜି

ଧର୍ମ ଗୁରୁ ଏଠି ଲୁଟୁଛି

ସାଧୁ ମୁଖା ପିନ୍ଧି ହରିନାମ ଗାଇ

ଭିତରେ ଭିତରେ ଶୋଷୁଛି ।।୯


ଶିକ୍ଷାକୁ ନେଇ ଏଠି ରାଜନୀତି

ପିଲାଙ୍କ ଭବିଷ୍ୟ ଭାଙ୍ଗୁଛି

ଶିକ୍ଷା ବ୍ୟବସ୍ଥା କୁ କରିଦେଇ ପଙ୍ଗୁ

ଉନ୍ନତି ଯୋଜନା ଚାଲିଛି ।।୧୦


ଜମି ନାହିଁ ହେଲେ ଟ୍ରକ ଟ୍ରକ

ବିହନ ଗାଁ କୁ ଆସୁଛି

ଗୋଦାମ ଘରେ ଆରାମ କରିକି

ଦଲାଲ ପେଟକୁ ଯାଉଛି ।।୧୧


କୃଷି ଆତ୍ମହତ୍ୟା କଲା ବୋଲି ଏଠି

ବିରୋଧୀ ଡେଙ୍ଗୁରା ପିଟୁଛି

କାହିଁ ପାଇଁ ମଲା କି ଅସୁବିଧା ହେଲା

ସେ କଥା କିଏ ବା ଭାବୁଛି ।।୧୨


ପ୍ରତି ମାସେ ପୁଅ ବହୁଟାକୁ ଧରି

ସପିଙ୍ଗ କରେଇ ନଉଛି

ସେନ ପାଉଡର ସାବୁନ ଅତର

ମନ ଭରି କିଣିଦେଉଛି ।।୧୩


ବୁଢା ବାପ ଯେବେ ଦାଢ଼ି କାଟିବାକୁ

ଦଶ ଟଙ୍କା ତାକୁ ମାଗୁଛି

ସେଇନେ ପୁଅକୁ ଇଲେକଟ୍ରି ବିଲ

ଘର ଖର୍ଚ୍ଚ ମନେ ପଡୁଛି ।।୧୪



ସବୁ ଜାଣି ଜାଣି ଜ୍ଞାନୀ ମାନିଷଟା

ଆଜିତ ଆଜ୍ଞାନୀ ସାଜୁଛି

ତଥାପି ସଂସାରେ ଶ୍ରେଷ୍ଟ ଜୀବ ବୋଲି

ଛାତିକୁ ଫୁଲେଇ କହୁଛି ।୧୫


Rate this content
Log in

Similar oriya poem from Inspirational