ଅଲିଅଳି ତଅପୋଇ
ଅଲିଅଳି ତଅପୋଇ
_______________
ରଚନା-ମାନସ ରଞ୍ଜନ ପଟ୍ଟନାୟକ
ସାକ୍ଷିଗୋପାଳ ପୁରୀ
ସଂପାଦକ ମାଟିର ମହକ
******************
ଡାକିଥିଲା ତଅପୋଇ ରଖଗୋ ମଙ୍ଗଳା
ଭାଉଜରାଣୀଙ୍କ ପାଇଁ ବୁଡିଲା ମୋ ଭେଳା
ଆଉ ବଂଚିବିନି ମୁହିଁ ସମର୍ପିବି ପ୍ରାଣ
ମୋଭାଇମାନଙ୍କପାଖେ ରହିଅଛି ମନ
ସେତିକିବେଳେ ଶୁଭିଲା ତାକୁ ହୁଳହୁଳି
ଜଙ୍ଗଲକୁ ଯାଉଅଛି ମନକୁ ମଉଳି
ଖୁଦଭଜା ଦେଇ ପୂଜାକରନ୍ତି କୁମାରୀ
ତଅପୋଇ ଆସିଅଛି ଧରି ନେତ୍ରେ ବାରୀ
କାଣିକଉଡିଏ ନାହିଁ ତତେ ମୁଁ ଦେବାକୁ
ଅଭାଗିନୀ ଝିଅଟିଏ କି ଦେବି ତୁମକୁ
ସାମାନ୍ୟ ଖୁଦଭଜାରେ ଖୁସି ହୁଏ ମାଆ
ତଅପୋଇ କାନ୍ଦୁଅଛି କେ ନାହିଁ ମୋ ରାହା
ଖୁଦକୁ ଭଲପାଆନ୍ତି ମା ଖୁଦରୁକୁଣି
କୁମାରୀମାନଙ୍କପାଇଁ ଅଭୟଦାୟିନୀ
ବରଷାପବନ ସାଥେ ବତାସର ମାଡ଼
ବଡଭାଉଜ ତଡିଛି ଘରୁ ତୁ ରେ ଛାଡ଼
ମୋ ଘରମଣିକୁ ତୁହି କାହିଁ ହଜାଇଲୁ
ବନସ୍ତଜଙ୍ଗଲ ମଧ୍ୟେ ନିଜେ ତୁ ନମଲୁ
ଖୋଜଯାଇ ଘରମଣି ଯାଇଛି କୁଆଡେ
ନପାଇଲେ ଫେରିବୁନି ଯାଆ ତୁ ଯୁଆଡ଼େ
ଆତ୍ମାବଳୀ ଦେଇଦେଦ ସେ ରାଜକୁମାରୀ
ଖୁଦରୁକୁଣି ପୂଜନ୍ତି ଆନନ୍ଦରେ ନାରୀ
ଧିରେ ଧିରେ ଫେରୁଅଛି ଯାଏ ଛେଳି ଖୋଜି
ଘରମଣି ଦେଖାଦେ ଲୋ କାହିଁ ଅଛୁ ହଜି
ଛିଣ୍ଡା ବସନରେ ତାର ଲଜ୍ଜାକୁ ନିବାରି
ଜଙ୍ଗଲରେ ପ୍ରବେଶିଛି ହେଉଅଛି ଘୁରି
ନିଶାର୍ଦ୍ଧରେ ଡାକଛାଡେ ଆ ଲୋ ଘରମଣି
ରାଗିଛନ୍ତି ଘରେ ପରା ମୋ ଭାଉଜରାଣି
କାନ୍ଦୁଅଛି ତଅପୋଇ ହୋଇ କଇଁ କଇଁ
ବୋଇତ ଲାଗିଲା କୂଳେ ଆନନ୍ଦିତ ଭାଇ
ଓହ୍ଲାଇଲେ ବଡ଼ଭାଇ ଥାପିଥିଲେ ପାଦ
ବରଷାପବନ ପୁଣି ରାତି ଯେ ନିଶାର୍ଦ୍ଧ
ନିଶାର୍ଦ୍ଧରେ ଶୁଭୁଅଛି କାହାର କ୍ରନ୍ଦନ
ସାନ ଭାଇ ଦେଖ ଯାଇ କିଏ ସେହି ଜନ
ଅନ୍ଧାରରାତିରେ ମୁହଁ ଦେଖାଯାଉନାହିଁ
ହେ କୁମାରୀ କୁହ ମୋତେ କାନ୍ଦ କାହିଁ ପାଇଁ
ବଣିଜସାରି ଫେରିଛୁ ଆମେ ସୌଦାଗର
ଚିହ୍ନାଲାଗୁଅଛି ମୋତେ ତୁମ କଣ୍ଠସ୍ବର
ଭାଇମାନେ ଯାଇଛନ୍ତି ବିଦେଶେ ବଣିଜ
ଏହିଠାରେ ପ୍ରାଣବଳୀ ଦେବି ମୁଁ ଯେ ଆଜ
ଖାଇବାକୁ ନଦେଇଣ ଭାଉଜ ତଡିଲେ
ଦେହହାତ ଫାଟିଅଛି ମାଡ ମାରିଥିଲେ
ତୁମ ପିତାଙ୍କର ନାମ କୁହ ମୋତେ ଶୀଘ୍ର
ଶୁଣିବାକୁ ତବ ମୂଖୁ ହେଉଅଛି ବ୍ୟଘ୍ର
ଧନୀ ସୌଦାଗର ଝିଅ ନାମ ତଅପୋଇ
ବିଦେଶରୁ ଫେରୁନାହିଁ କାହିଁକି ମୋ ଭାଇ
ପରିଚୟ ପାଇ ସାନଭାଇ ସ୍ତବ୍ଧ ହେଲେ
ଉଠାଇଣ ଆଣି ତାକୁ କୋଳାଗ୍ରତ କଲେ
ବଡପାଟିରେ ଡ଼ାକନ୍ତି ଆସ ସବୁଭାଇ
ଆମ ଅଲିଅଳି ପରା ଏହି ତଅପୋଇ
ଭାଇମାନଙ୍କୁ ଫେରାଇ ଆଣିଲେ ମଙ୍ଗଳା
ବୁଡିଯିବ ବୁଡିଯିବ ଭାଉଜଙ୍କ ଭେଳା
(ଖୁଦରୁକୁଣି ଉପଲକ୍ଷେ ରଚିତ ଏହି କବିତାଟି )