Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Girija Prasanna Prusty

Others Tragedy

4.7  

Girija Prasanna Prusty

Others Tragedy

ପୋଡ଼ାମୁହଁ

ପୋଡ଼ାମୁହଁ

1 min
596


ମୁଁ ଯୋଉ କଷ୍ଟ ପାଏ

ତୁ କି ସେଇ କଷ୍ଟକୁ କେବେ ସହିଛୁ ?

ମୁଁ ଯୋଉଠୁ ରକ୍ତ ପିଏ

ମୋ ଛାତିର

ସେ କ୍ଷତକୁ ତୁ କେବେ ଦେଖିଛୁ ?

ଯୋଉଠି ମୋ ଶ୍ଵାସ ରୁନ୍ଧି ହୁଏ..

କେବେ କି ସେଇ ପୃଥୀବିକୁ ମୋର ଆସିଛୁ ?


ଯୋଉଠି ଦିନ ଫିଙ୍ଗୁଥାଏ ଅନ୍ଧାର

ଯୋଉଠି ରାତି ବର୍ଷୋଉ ଥାଏ ଅଙ୍ଗାର

ଯୋଉଠି ମୁଁ ପିଆଲା ଧରି

ପିଉଥାଏ ନିଜ ଜହର

ମୋର ସେ ବଗିଚାରେ କେବେ ବୁଲିଛୁ ?

ଯୋଉଠି ମୁଁ ନିରୋଳା ଖାଲି ତୋର ହେଇକି ଥାଏ

ବର୍ବାଦିର କବର ଭିତରେ ଘୃଣାର ରାଗିଣୀ ଗାଏ

ମୋର ସେଇ ସଙ୍ଗୀତ କେବେ ଶୁଣିଛୁ?


ନିଜ ଶବକୁ ନିଜେ ମୁଁ ଜଳାଏ ସବୁ ରାତିରେ

ନିଜ ଲୁହକୁ ନିଜେ ମୁଁ ସୁଖାଏ ନିଜ ତାତିରେ

ଆଇନା ଆଗରେ ନୀତି ଦେଖେ ନିଜ ପୋଡ଼ା ମୁଁହ

ତୁ କି ମୋର ସେ ବିଭତ୍ସ ଚେହେରା ଦେଖିଛୁ?

ମୁଁ ଯେମିତି କଷ୍ଟ ପାଏ

ତୁ କି ସେଇ କଷ୍ଟକୁ କେବେ ସହିଛୁ?

ମୁଁ ଯେମିତି ମରୁଥାଏ

ମୋ ମରିବାର ମୁହୂର୍ତ୍ତେ କି ତୁ ବଞ୍ଚିଛୁ?


Rate this content
Log in