Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarada Parida

Others

3  

Sarada Parida

Others

ସ୍ଵପ୍ନଟିଏ ହେବି

ସ୍ଵପ୍ନଟିଏ ହେବି

1 min
6.7K


ଏଇ ଦେଖ

ଏଇ ଅଛି ଏଇ ନାହିଁ

ଚୁପି ଚୁପି ତୁମ ପାଇଁ

ବାସ

ଆଉ କଣ ସମ୍ଭବ

ରହିବାଟା

ଏଠି ସେଠି ସେଠି ଏଠି

ତମ ପାଶେ ପାଶେ

ତୁମ ପାଇଁ ଅବା ମୋ ପାଇଁ

ଭାବିଲି ବର୍ଷା କୁ କହିବି

ଅବା ଧାରାକୁ ତା ଧରି ନେଇ

ତମ ଆଡେ ଯିବି

ସୌଦାମିନୀ ଖେଳିଗଲେ

ତୁମ ମୁହଁ ଦେଖି

ଲେଉଟାଣି ବଉଦରେ

ଫେରି ଆସୁଥିବି

ଛିଃ ଛିଃ

କେଡେ ଯେ ନିର୍ବୋଧ

ଘନ ଘୋର ଅନ୍ଧାର

ଚମକେ ବାରିଦ

ଢାଂ ଢାଂ ଧମକରେ

ଥରାଇ ସେ ଛାତି

ନୀରିମାଖି କାମିନୀ ସେ

କ୍ଷଣେ ଲଭେ ଭିତି

ଏ ଘୋର ଗର୍ଜନେ

ବରଷା ରେ ଭିଜିବାକୁ

ଆସିବ କେମିତି

ଭାବିଲି

ସ୍ଵପ୍ନଟିଏ ହେବି

ରାତିରେ ପଲକେ ତାର

ଲାଖି ହୋଇ ଯିବି

କଜଳର ଗାରେ ଗାରେ

ତାକୁ ଦେଖୁଥିବି

©ଶାରଦା ପ୍ରସାଦ ପରିଡ଼ା

ଶୁଭରାତ୍ରି


Rate this content
Log in