Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Comedy Drama

4.9  

ବି. ନିରୁପମା

Comedy Drama

ପର ଚରଚା

ପର ଚରଚା

1 min
7.2K



ଘରକାମ ଯେତେ ଯାହା ଥିଲେ ଥାଏ ବାକି ,

ରାଧୀନାନୀ,ଚେମିଅପା ହୋଇ ଡକା ଡକି -

ନେତଖୁଡୀ, ଜହ୍ନ ସାଙ୍ଗେ ବସି ପିଣ୍ଡାପରେ ,

ଦୁଃଖ,ସୁଖ ହେଉ ଆମେ ମହାଆନନ୍ଦରେ ।


ଚେମିଅପା କହେ କେତେ ଗୁପତ ଖବର ,

ଶୁଣି ଆମେ ମତାମତ ଦେଉ ବି ଜବର -

'ନରିଆ ଝିଅ ଯାଇଛି,କେବେ କା' ସାଙ୍ଗରେ ,

ଶୁକୁଟା ଆଣିଛି ଗୋଟେ ବୁଢ଼ା ବଅସରେ ।


ଜହ୍ନ ଖୋଲେ ଶାଶୁ ,ବୋହୂ ନାଟକର ପେଡ଼ି ,

ନଣନ୍ଦ,ଭାଉଜ କିଏ ମୁହଁ ମୋଡ଼ା ମୋଡ଼ି-

କାହା ସ୍ତିରୀ ସଅମ୍ପିକି କମ୍ପେଇଲା ସାଇ ,

ନେତଖୁଡୀ କହେ କିଆଁ ସୋଦୁଥିଲା ଜୟୀ ।


ମୁହଁସଞ୍ଜଟାରେ ଧଡି ସନା ବାଡ଼ି ଟପି ,

ଯାଇଥିଲା କୁଆଡ଼େ ସେ ଏକା ଛପିଛପି -

ରାଧୀନାନୀ କହେସେଠି ପରମା ଖବର ,

ତା' ପୁଅ ରଖିଲା କେତେ ଏସନ ନମ୍ବର !


ତିନିଥର ମେଟ୍ରିକରେ ଫେଲ ହେଲା ପରେ ,

କମାଲ କରିଛି ସିଏ ଏଥର ସେଥିରେ-

ସେଦିନ ବି ଏଇମିତି ଗପୁଥିଲୁ ବସି ,

ଝିଅମୋର ପାଟିକରି ଡାକ ଦେଲା ଆସି ।


"ମାଆ ଲୋ,ମୋ ମାମୁଁଘରୁ ଫୋଅନ ଆସିଛି ,

ଆଈ ମୋର କାନ୍ଦି କାନ୍ଦି ଖବର କହିଛି -

ଝଅଟ ଆ' ବାପାଙ୍କୁ ତୁ ପଠେଇବୁ ବେଗେ ,

ମାଉସୀଟା ପଳେଇଛି ଡାଇଭର ସଙ୍ଗେ ।"


ସେ କଥାକୁ ଶୁଣି ମୋର ସହଚରୀ ଯେତେ ,

ମୁଖେ କାନି ଦେଇ ହେଲେ ହସା ହସି କେତେ-

ସେଇଦିନୁ ସାଙ୍ଗ ସୁଖ ସରିଗଲା ମୋର ,

ପର ଚରଚାକୁ ଛାଡି ସଜାଡ଼ିଲି ଘର ।



ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ।


Rate this content
Log in

Similar oriya poem from Comedy