Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Abhakanta

Others

2  

Abhakanta

Others

ଜିଅନ୍ତା ଶବକୁ କାନ୍ଧେ ବୋହି ଚାଲେ

ଜିଅନ୍ତା ଶବକୁ କାନ୍ଧେ ବୋହି ଚାଲେ

1 min
6.8K


ଜିଅନ୍ତା ଶବକୁ କାନ୍ଧେ ବୋହି ଚାଲେ

 

ଆଭାକାନ୍ତ ମହାନ୍ତି

 

ଜିଅନ୍ତା ଶବକୁ କାନ୍ଧେ ବୋହି ଚାଲେ

       ଏକାକୀ ବାଟୋଇଟିଏ

ହସକୁ ଲୁଚାଇ ପଥଧାରୁ ଦେଖି

       ଯାଉଛନ୍ତି ଯେତେ ଯିଏ । ୦ ।

 

ବାନ୍ଧେ ବେଦନାକୁ ବ୍ୟାକୁଳ ହୃଦୟ

       ବନ୍ଦେ ବିଭୁ ଇଚ୍ଛା ମାନି

ବାକି ଜୀବନ ତ ଜିଇଁବାକୁ ହେବ

       ବିଦ୍ରୋହେ ବିଭୋର ହାନି

ଏଇ ତ ଜୀବନ, ଜୁଇ ଗାତ ପାଶେ

       ଘାସଟି ଜଳି ବି ଜିଏଁ । ୧ ।

 

ଉପରରୁ ତଳ, ତଳରୁ ଉପର

       ଚକ ସାଥେ ବୁଲେ ପହି

ଏଇ ତ ମଣିଷ, ନିଥର ପଥରେ

       ଫୁଲକୁ ପାରେ ସଜେଇ

ଯା' ବିଚାର ଦୃଢ଼ ସେ ପାରଇ ଜିଇଁ

       ସାଂସାରିକ ଝଡ଼ ମୁହେଁ । ୨ ।

 

ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in