Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ଆମ ଉତ୍କଳ

ଆମ ଉତ୍କଳ

1 min
6.8K


ସୁସ୍ମିତା ମିଶ୍ର


ଉତ୍କଳର ଭୂଇଁ ଡାକୁଛିରେ ଆଜି

ମଧୁବାବୁ ଥରେ ଆସ ,

ରୁଧ୍ର ଶୃଗାଳ ମଣିଷ ସାଜିଛି

ସ୍ୱାର୍ଥରେ ସିଏ ବଶ ।

ସ୍ୱାଭିମାନ ଆଜି ନାହିଁରେ କେଉଁଠି

ଗୋଡାଣିଆ ହେଲେ ଲୋକ ,

ମାଆ ତ ଏଠି ଝିଅକୁ ବିକୁଛି

ସହି ପାରେ ନାହିଁ ଭୋକ ।

ଖଚମିଛ ଆଉ ସଲା ସୁତୁରାରେ

ମଣିଷ ହୋଇଛି ପାଜୀ ,

ନିତୀ ଓ ଅନିତୀ ବୁଝେ ନାହିଁ କିଛି

ସହଂସା ସାଜିଛି ଆଜି ।

ଶାସନ ଚାଲିଛି ନାଆଁକୁ ସିନା ସେ

କାହା ପାଇଁ କିଏ ଭାବେ ,

ଅରାଜକତା ଯେ , ବଢେ ଦିନକୁଦିନ

ଆତ୍ମାର ଡାକ ଶୁଭେ ।

ଲକ୍ଷ ପାଇକ ବଶ ଦେଖାଇ

ଲଢୁଥିଲେ ଜାତି ପାଇଁ ,

ଶଠତା ଆଜି ଜନ ଜୀବନରେ

ପକାଇ ଦେଇଛି ଛାଇ ।


Rate this content
Log in

Similar oriya poem from Classics