ଶ୍ରାବଣୀ ଗୋ !
ଶ୍ରାବଣୀ ଗୋ !
1 min
6.8K
ଶ୍ରାବଣୀ ଗୋ ! ତୁମେ
ଫଗୁଣ ପଣତ
ଅଦିନରେ ଓଦା କଲ।
ମାଟି ବାସନାର
ଭିଜା ପଣତରେ
ଦେହକୁ ଦେଉଳି କଲ।
ଫେନିଳ ଫଗୁଣ
ଲାଜ ଲାଜ ହୋଇ
ମୁହଁକୁ ଲୁଚେଇ ନେଲା।
ରଜବତୀ ବଧୂ
ନବ ପରିଣୀତା
ସରମରେ ସରିଗଲା।