Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

3  

Parshuram Biswal

Others

ଅର୍ଥ ସ୍ୱାଧୀନତା ନାହିଁ ବୋଲି ପ୍ରଭୁ

ଅର୍ଥ ସ୍ୱାଧୀନତା ନାହିଁ ବୋଲି ପ୍ରଭୁ

1 min
13K


ଅର୍ଥ ସ୍ୱାଧୀନତା ନାହିଁ ବୋଲି ପ୍ରଭୁ

 

ପର୍ଶୁରାମ ବିଶ୍ୱାଳ

 

ଅଡ଼ଷଠି ବର୍ଷ ବିତିଲାଣି ଜଗା ଆମର ଏ ସ୍ୱାଧୀନତା,

ସ୍ୱାଧୀନ ଭାବରେ ଶିଖିପାରିଲୁନି କହିବାକୁ ପଦେ କଥା,

ଅନ୍ୟାୟ, ଦୁର୍ନୀତି ବିରୋଧରେ ସ୍ୱର

ନାହିଁ, ଖାଲି ନିରବତା ।

 

ଭୁଲିଯାଉଅଛୁ ସ୍ୱାଧୀନତା ପାଇଁ କେତେ କେତେ ଆତ୍ମବଳି,

ସ୍ୱାଧୀନ ଦେଶର ନାଗରିକ ହେଇ ପରାଧୀନଠାରୁ ବଳି,

ସତ୍ୟର ସାମନା କରିବାକୁ ଡର

ନାହିଁ ସେଥିଲାଗି ଚିନ୍ତା ।

 

ଏ ଦେଶ ଗରିବ ନିତି ସହୁଅଛି କେତେ ସେ ଯାତନା ଭାର,

ତା ଦୁଃଖ ଯନ୍ତ୍ରଣା ଲାଘବ ହୁଅନ୍ତା, କେହି ହେଲେ ଆପଣାର,

ସ୍ୱାଧୀନ ଦେଶର ସ୍ୱାଧୀନ ଭାବନା

କାହିଁ ହେ ଜଗତକର୍ତ୍ତା ?

 

ଧନୀ ବଢ଼ାଉଚି ତା ଧନରାଇଜ, ଗରିବଟି ନିମ୍ନଗାମୀ,

ଅର୍ଥ ସ୍ୱାଧୀନତା ନାହିଁ ବୋଲି ପ୍ରଭୁ ସ୍ୱାଧୀନତାଟି ବେକାମୀ,

ପେଟେ ନପଡ଼ିଲେ ଦାନାରୁ ଗଣ୍ଡିଏ

ସବୁକଥା ଏଠି ବୃଥା ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in