Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

3  

Abhakanta

Others

ଆଲୋ କଳା ଶାରୀ !

ଆଲୋ କଳା ଶାରୀ !

1 min
13.6K


ଆଲୋ କଳା ଶାରୀ !

 

ଆଭାକାନ୍ତ ମହାନ୍ତି

 

ଆଲୋ କଳା ଶାରୀ ! ଯଦି ଉଡ଼ି ଘୂରି

       ହେବୁ ପାରି ଦୂର ବନ ଶିଖେ,

ନେବୁ ଲୋ ବାତେନି, ଦେବୁ ମୋ ମିତଣୀ

       ଅଛି ଦୁଃଖେ ବନ ଆରପାଖେ । ୦ ।

 

ଚିନ୍ତୁଥିବ ନଖେ ଭୂମି ଚିରି

ବେସୁଧେ ହେବଣି ସାତସରି

ନିଶ୍ଚୟ ତା' ବେଳକାଳ ଅସଜଡ଼ା

       ହେଉଥିବ ଭୋକଶୋଷେ

ରଖୁନଥିବ ସେ ନଜର ନିଜର

       ରୂପେ ଅବା ପିନ୍ଧାବାସେ

ସୁଧୁବୁଧୁ ହାରି ହେଉଥିବ ଝୁରି

       ନିଶ୍ଚେ ଗୋରୀ ମୋର ସଙ୍ଗସୁଖେ । ୧ ।

 

ସଖୀ ଥଟ୍ଟାମଜା ଏଡୁଥିବ

କଥାରେ କଥାରେ ଚିଡୁଥିବ

ଦିବସଟା ସିନା ଚିନ୍ତି ଅନାବନା

       ପାଇଟିରେ କାଟୁଥିବ

ଅଲକ୍ଷଣୀ ଅମା ଆସି ହେଲେ ଜମା

       ମୋ ଚିନ୍ତାରେ ଲୋଟୁଥିବ

କହିବୁ ଆସନ୍ତା ଫଗୁ ଅବକାଶେ

       ଆଣିବି ତାକୁ ମୁଁ ମୋର ପାଖେ । ୨ ।

 

ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in