Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Others

3  

Niranjan Sahu

Others

ପ୍ରେମ

ପ୍ରେମ

1 min
131


ପ୍ରେମ ନୁହେଁ ଭାଇ ଗୁଡି ପଥର ଯେ    

      କେଉଁଠୁ ଗୋଟେଇ ଆଣିବ

ପ୍ରେମ ଅଟେ ଭାଇ ଶ୍ୱାସତ ସୁନ୍ଦର

      ଭାଗ୍ୟରେ ଥିଲେ ହିଁ ମିଳିବ ।


ପ୍ରେମ ନୁହେଁ ଭାଇ ଗଛର ଫଳ ଯେ

     ଯେତେବେଳେ ଚାହିଁ ତୋଳିବ

ପ୍ରେମ ଅଟେ ଭାଇ ଅମୂଳମୂଲ

        ରଖିପାରିଲେ ହିଁ ରହିବ ।


ପ୍ରେମ ମିଳୁନାହିଁ ବାଟରେ ଘାଟରେ

        ଟଙ୍କା ଦେଇ କିଣିପାରିବ

ପ୍ରେମ ଅଟେ ଭାଇ ହୃଦୟର କଥା

        ବୁଝିବା ଲୋକହିଁ ବୁଝିବ ।


ପ୍ରେମ ନହେଁ ଭାଇ ପଦାର୍ଥ ଟିଏ ଯେ

        ସିନ୍ଧୁକେ ସଜାଇ ରଖିବ

ପ୍ରେମ କୁ ଯିଏ ସମ୍ମାନ କରିବ

       ତାହାରି ପାଖରେ ରହିବ ।


ପ୍ରେମ ଖାଲି ନୁହେ ଦୈହିକ ମିଳନ

     ପ୍ରେମ ରୂପ ଅଟେ ଅନେକ

ବାପା ମାଆ ଭାଇ ବନ୍ଧୁ ସହୋଦର

       ପ୍ରେମ ର ଅଟଇ ମହକ ।


ପ୍ରେମରେ ଚାଲିଛି ଏଇ ଦୁନିଆଟା

     ପ୍ରେମରେ ଚାଲିଛି ସଂସାର

ପ୍ରେମ ବିନା ଭାଇ ଏ ଦୁନିଆରେ

      ଜନମ ହେବାଟା ବେକାର ।


ପ୍ରେମ ର ଅର୍ଥକୁ ଅନ୍ତର ରେ ବୁଝି

       ପ୍ରେମକୁ ସମ୍ମାନ କରିବ

ପ୍ରେମକୁ ଅତିନିଜର କରି

       ସୁନାର ସଂସାର ଗଢ଼ିବ ।


Rate this content
Log in