Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prasant Kumar Nath

Others

2  

Prasant Kumar Nath

Others

ତୋ ପାଇଁ ନେବି ମୁଁ ଶହେ ଜନମ

ତୋ ପାଇଁ ନେବି ମୁଁ ଶହେ ଜନମ

1 min
151



ଦୁନିଆଁକୁ ପର କରିଦେଇ ପରା

ଭଲ ପାଉଥିଲି ତୋତେ

କେମିତି ଭୁଲିବି ଏହି ଜନମରେ

ଭୁଲି ଯିବୁ ଯଦି ମୋତେ ।

ପ୍ରେମଟା ମୋହର ନୁହେଁଲୋ ଛଳନା

ସବୁକିଛି ଭୁଲିଯିବ

ଯେତେଦିନ ଥିବ ଆତ୍ମାଟା ଦେହରେ

ଭଲ ତୋତେ ପାଉଥିବି ।

ତୋପାଇଁକି କେବେ ହୃଦୟରୁ ମୋର

ସରିଯିବ ନାହିଁ ପ୍ରେମ

ତୋହରି ପ୍ରେମକୁ ପାଇବା ପାଇଁକି

ନେବି ମୁଁ ଶହେ ଜନମ ।

ମୁଁ ଯେବେ ମରିବି ଆତ୍ମାଟା ମୋହର

ସାଥିରେ ତୋହର ଯିବ

ଯୁଆଡେ ତୁ ଯିବୁ ସାଥିରେ ତୋହର

ଛାଇ ପରି ରହିଥିବ ।

ତୋତେ ଏକା ଛାଡି ପାରିବିନି ରହି

ମରିଥାଏ ଅବା ଜିଏଁ

ମଲାପରେ ସୁଧା ଆତ୍ମା କହୁଥିବ

ତୋତେ ଏକା ଭଲପାଏ ।


Rate this content
Log in