Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Romance

0.8  

Abhakanta

Romance

ଫଗୁଣ ଫାଟକ ଫାଙ୍କରେ ଫୁଲିଆ

ଫଗୁଣ ଫାଟକ ଫାଙ୍କରେ ଫୁଲିଆ

1 min
6.7K


ଫଗୁଣ ଫାଟକ ଫାଙ୍କରେ ଫୁଲିଆ

 

ଆଭାକାନ୍ତ ମହାନ୍ତି

 

ଫଗୁଣ ଫାଟକ ଫାଙ୍କରେ ଫୁଲିଆ

       ପବନ ଡାକିଲା ସୁଉ,

ଫରଦ ଫରଦ ପାଖୁଡ଼ାରୁ ଫୁଲ

       ପଚାରିଲା - କିଏ ତୁଉ ? । ୦ ।

 

ଫୁସୁଫୁସୁ କରି ପବନ କହେ -

       ଆଶାୟୀଟିଏ ମୁଁ ଆଶାୟୀଟିଏ,

ବାସକୁ ତୋହର ବୋହିବି ବୋଲି

       ଦୂର ଦରିଆରୁ ଆସିଛି ଚାଲି,

ମହକରେ ମିଶି ମଳୟ ମାନରେ

       ମତୁଆଲା ହେବି ମୁଉଁ । ୧ ।

 

ମାଦକ ମୋଦକେ ମନକୁ ମନ

       ମହୁମାଛି ଭାଙ୍ଗି ମିତର ମାନ,

ଚୁମିବ ପରାଗେ ଚମକ ଚିତ୍ତେ

       ଗୁନ୍ଥି ଗୁଣୁଗୁଣୁ ଗୁମୁରା ଗୀତେ,

ଖୋଲ ଗୋ କବାଟ, କୋଇଲି କହିଲା -

       କଦମ୍ବ କୋଳରୁ କୁଉ । ୨ ।

 

ନୂଆସାହି, ବିଡ଼ାନାସୀ

କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in