Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୧

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୧

Classics

ସନେଟ -୮

ସନେଟ -୮

1 min
7.0K


ହୃଦ ଚନ୍ଦନ


କବିସୌରଭ ଅନୁପ ସିଂହ ଦେବ

ରାଜା ଖଡ଼ିଆଳ


ତୃଣରାଜ ପରି ତନୁ ହେଲାଣି ମୋହର

ଅବିରତ କଞ୍ଜାନନୁ ଝରୁଅଛି ନୀର ।।

କଷଣ ବନଦ ଛାଏ ମାନସ-ଆକାଶେ

ନୟନେ ଚୌଦିଗ ଘନ ଅନ୍ଧକାର ଦିଶେ ।।

କ୍ଷିପ୍ତ ପରାଏ ଚନ୍ଦ୍ରକେ ଚିରୁଅଛି କ୍ଷୌଣୀ

ମୂକ ପ୍ରାୟ ବସିଅଛି ସ୍ଫୁରୁ ନାହିଁ ବାଣୀ ।।

ପ୍ରଣୟ-ପିପାସା କରେ ବ୍ୟାକୁଳ ପରାଣେ

କର୍ପୁର ଚନ୍ଦନ ଲେପ ଲୋଡ଼େ କ୍ଷଣେ କ୍ଷଣେ ।।

କପୋତ କପୋତୀ ପ୍ରୀତି ନିରେଖି ହୃଦୟେ

ନିରତେ ବିନ୍ଧେ ବିଶିଖ ନତନୁ ନିର୍ଦ୍ଦୟେ ।।

ଦାବାନଳ ସମ ଜଳେ ବିରହେ ଅନ୍ତର

କିନ୍ତୁ କରତ କରତେ ଅବଶ ଶରୀର ।।

ତୁମ୍ଭ ବିନେ ନାହିଁ କେହି ହରିବ କଷଣ

ଆସି ଶାନ୍ତ କର ଅଙ୍ଗେ ବୋଳି ତିଳପର୍ଣ୍ଣ ।।


ସମାପ୍ତ


Rate this content
Log in