Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narayan chandra Senapati

Others

3  

Narayan chandra Senapati

Others

ଶ୍ରମିକ

ଶ୍ରମିକ

1 min
202


ଶ୍ରମ ତାର ଆଶା ଶ୍ରମ ତା ବିଶ୍ୱାସ

ଶ୍ରମ ତାର ପାଠଶାଳା

ଆଦର ସରାଗ ସବୁ ଅଜାଡି ସେ

କରୁଥାଏ ଲୀଳାଖେଳା ।

ଶ୍ରମ ତାର ପୂଜା ଶ୍ରମ ଆରାଧନା

ଶ୍ରମ ତାର ଦେବାଦେବୀ

ଭକ୍ତି ନୈବେଦ୍ୟର ସାଧକ ଦେଖେ ସେ

ନିତ୍ୟ ଦିବ୍ୟ ପ୍ରତିଛବି ।

ଶ୍ରମ ତାର ଫୁଲ ଶ୍ରମ ତାର ଫଳ

ଶ୍ରମ ତା ମଧୁ ଉଦ୍ୟାନ

ଶରଧାର ଜଳ ସିଞ୍ଚେ ହୃଦୟରୁ

ଗଢେ ଶାନ୍ତି କୁଞ୍ଜବନ ।

ଶ୍ରମ ତାର ନିଷ୍ଠା ଶ୍ରମ ତାର ତ୍ୟାଗ

ଶ୍ରମରେ ନିଷ୍ଠ ସାଧକ

ହସ ଖୁସି ବାଣ୍ଟି ପାଏ ହସ ଖୁସି

ବିଞ୍ଚେ ସୁଗୁଣ ମହକ ।

ଶ୍ରମ ତାର ସତ୍ୟ ଶ୍ରମ ତାର ନ୍ୟାୟ

ଶ୍ରମ ତା ପୂତ ନିଷ୍ପାପ

ସରଳ ଭାବନା ଆତ୍ମୀୟର ବାନା

ଉଡାଏ ନିତ୍ୟ ଅମାପ ।

ଶ୍ରମ ନୁହଁ ଛୋଟ ଶ୍ରମ ତାର ଇଷ୍ଟ

ଶ୍ରମକୁ ଭାବେ ମହାନ

ସଭିଙ୍କ ଆଶିଷ ପ୍ରେମ ଶ୍ରଦ୍ଧା ଲଭେ

ପାଏ ଅନ୍ତରୁ ସମ୍ମାନ ।

ଶ୍ରମ ତାର ଚିନ୍ତା ଶ୍ରମ ତା କଳ୍ପନା

ଶ୍ରମକୁ ଭାବେ ସୃଜନ

କପଟ ହିଂସା ତା ପାଶେ ଆସେ ନାହିଁ

ଶ୍ରମିକ ସିଏ ମହାନ ।

ଶ୍ରମ ତାର ପ୍ରେମ ଶ୍ରମ ତାର ଧର୍ମ

ଶ୍ରମ ତାର ଦେଶପ୍ରେମ

ଦେଶ ସେବାକରି ବଂଚାଏ ସଭିଙ୍କୁ

ରଖେ ମା' ମାଟିର ନାମ ।


Rate this content
Log in