Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

3  

Abhakanta

Others

ତରକି ଉଡ଼ିବା ବଗବଗୁଲୀଙ୍କୁ

ତରକି ଉଡ଼ିବା ବଗବଗୁଲୀଙ୍କୁ

1 min
13.6K


ତରକି ଉଡ଼ିବା ବଗବଗୁଲୀଙ୍କୁ

 

ଆଭାକାନ୍ତ ମହାନ୍ତି

 

ତରକି ଉଡ଼ିବା ବଗବଗୁଲୀଙ୍କୁ

       ଦେଖାଇ କହିଲ ମୋତେ,

ଆମେ ଦୁହେଁ ଦିନେ ଏମିତି ଉଡ଼ିବା

       ପ୍ରେମର ବନାନୀ ପ୍ରାନ୍ତେ । ୦ ।

 

ଜପାମାଳି କଲି ସେ'ଦିନ କଥାକୁ

       ତୁମ କଥା ସତ ମଣି,

ସଜାଇଲି ମୋତେ ସପନର ରାଜା

       ତୁମକୁ ସପନ-ରାଣୀ,

ଭାଜିଲା ସପନ            ତୁମରି ଲପନ

       ହଜିଲା କେଉଁ ଦିଶାନ୍ତେ  ା । ୧ ।

 

ଆଜି ବି ଉଡ଼ନ୍ତି ବଗବଗୁଲୀ ଗୋ'

       କଳାମେଘ ଆଢୁଆଳେ,

ତୁମେ କାହିଁ ଦୂରେ, ଏକା ମୁଁ ବସିଛି

       ସେ ସ୍ମୃତି-ପାଉଁଶ ତଳେ,

ମୋ ପର କାଟିଲ         ତୁମେ କି ପାଇଲ

       କହିବ ପବନ ହାତେ ? । ୨ ।

 

ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in