ସୈନିକ
ସୈନିକ
ଖରା ବରଷାରେ ଶୀତର ଦାଉରେ ବଞ୍ଚିବା ଯେଉଁଠି କଷ୍ଚକର,
ସେଇ ଜୀବନକୁ ନିତି ଜୀଉଥାଏ ସୈନିକଟିଏ ମୋ ଦେଶର ା
ଜନ୍ମକଲା ମାଆ ପଛେ ରହିଯାଏ ସୁଦୂରେ ରହଇ ଭିଟାମାଟି
ଦେଶର ଡାକରେ ଭୁଲି ହେଇଯାଏ ପ୍ରେମପୂର୍ଣ୍ଣ ପ୍ରେମିକାର ଚିଠି ା
ସେ ତ ପୁଅଟିଏ ପ୍ରଥମେ ଦେଶର ତାପରେ ହୁଏ ତ ଆଉ କାର
ପ୍ରତି ପଦପାତେ ମରଣ ସାଥୀରେ ଜୀବନକୁ କରେ ଅଂଗୀକାର ା
ସହିପାରେ ଯେତେ ଦୁଃସହ ଯନ୍ତ୍ରଣା ଯଥାର୍ଥ ବୀରର ପରିଚୟେ
ବୀର ଭୂମି ତାର ମାଟିର ମାଆକୁ କେତେ ଆଦରରେ ଚୁମୁଥାଏ ା
ତା ଲାଗି ସିନା ଏ ଦେଶର ସପନ ପୁରା ହୁଏ ପ୍ରତି ଛନ୍ଦେଛନ୍ଦେ
ରକତରେ ଭିଜା ମରଣରେ ତାର ଝୁରି ଭାରତର ଆତ୍ମା କାନ୍ଦେ ା
ଗୌରବ ତୋର ଚିର ସମୁଜ୍ଜଳ ରହିଥାଉ ବାବୁ ରହିଥାଉ
ତୋ ଲାଗି ଭାରତ ନିଜ ପରିଚୟେ ବିଶ୍ବ ଦରବାରେ ହସୁଥାଉ ା