Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ବି. ନିରୁପମା

Romance Tragedy

5.0  

ବି. ନିରୁପମା

Romance Tragedy

ସମୟ ହେଉନି କାଢ଼ି

ସମୟ ହେଉନି କାଢ଼ି

1 min
486




କହିଥିଲି ସିନା ଫେରିଯିବି ବୋଲି

ଜଞ୍ଜାଳ ମୋ ଗଲା ବଢ଼ି ,

ସବୁକିଛି ଏଠି ସମ୍ଭାଳୁ ସମ୍ଭାଳୁ

ସମୟ ହେଉନି କାଢ଼ି ।


ରାଜସୁଖ ମୋତେ ତୁଚ୍ଛ ଲାଗୁଅଛି

ତୁମକୁ ଖୋଜୁଛି ମନ ,

ମୋଅରି ଫେରିବା ବାଟକୁ ଅନାଇ

କରିଥିବ ଅଭିମାନ ।


କେତେ କଥା ତୁମେ ଭାବୁଥିବ ସେଠି

ମୋତେ ଦଗାଦିଆ ବୋଲି ,

ସଖୀଙ୍କ ମେଳରେ ମନର ବେଦନା

କହୁଥିବ ଯାହା ଖୋଲି ।


ମୁଁ କିସ କରିବି ,ମୋ ପାଖରେ ପରା

ଦୁନିଆ ଲୋକଙ୍କ କାମ ,

ତାଙ୍କ ସୁଖ ଦୁଃଖ ବୁଝିବାକୁ ନିତି

ଡାକୁଛନ୍ତି ଧରି ନାମ ।


ହେଳା କଲେ ତାଙ୍କ ଭେଳା ବୁଡ଼ିଯିବ

ତେଣୁ ଦିନ ରାତି ଭୁଲି ,

ଶୁଣୁଅଛି ତାଙ୍କ ଅଳି ଅରଦଳି

ଏ ମରତ ସାରା ବୁଲି ।


ସମୟ ସେଲାଗି ନିଅଣ୍ଟ ହେଉଛି

ପାରୁନି ସେଠିକୁ ଫେରି ,

ତୁମ ସହ କିନ୍ତୁ ମିଳନ ହେବାକୁ

ମନ ହେଉଅଛି ଝୁରି ।।


ବି. ନିରୁପମା

ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


Rate this content
Log in