Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

3  

Parshuram Biswal

Others

କଳ୍କୀ ରୂପ ତୋର ଦେଖାରେ ଠାକୁର

କଳ୍କୀ ରୂପ ତୋର ଦେଖାରେ ଠାକୁର

1 min
6.7K


କଳ୍କୀ ରୂପ ତୋର ଦେଖାରେ ଠାକୁର

 

ପର୍ଶୁରାମ ବିଶ୍ୱାଳ

 

କାଳିଆ ! ଦେଖୁଥା ଦେଖୁଥା ବସି

       ନୀଳକନ୍ଦରରେ ମୁରୁକି ହସି,

ସରୁକଥାକୁହା ଭଦରଲୋକିଆ

       ଭାବ ଦେଖି ଲୋକେ ଯାଆନ୍ତି ରସି ।

 

       ସ୍ୱାର୍ଥକୁ କରନ୍ତି ସେ ଗଣ୍ଠିଧନ

       ପର ପାଇଁ କାନ୍ଦେନାହିଁ ପରାଣ,

       ଅନୀତି, ଦୁର୍ନୀତି ତାଙ୍କ ଭୂଷଣ

       ସଭାରେ ଦିଅନ୍ତି ଲମ୍ବା ଭାଷଣ,

ସଂସାରେ ସେ ବଡ଼       ଭିଡ଼ି ଟାଣୁଛନ୍ତି

       ଆମ ଜାତି-ନନ୍ଦିଘୋଷର ରଶି ।

 

       ଗରିବ ମରୁଛି, ଧନୀ ଅମର

       ଇଏ କି ଠାକୁର ତୋର ବିଚାର ?

       କୋର୍ଟ କଚେରି, ରାଜଦୁଆର

       ହୀନିମାନ ଯୋଗ ସବୁଠି ତା’ର,

ନୀଳାଚଳେ କିବା         ମୁହଁ ତୁ ବୁଲେଇ

       ଦେଖୁନାହୁଁ କିଛି କାଳିଆ ଶଶୀ ?

 

       ଦିନରେ କରନ୍ତି କଳାକୁ ଧଳା

       ତାଙ୍କ ପାଇଁ ଏ ଶାସନ ହୁଗୁଳା,

       କଞ୍ଚା ମିଛ କହି ସତିଆ ହେଇ

       ବୁଲନ୍ତି ଦାଣ୍ଡରେ ଦେଖୁ କହ୍ନେଇ,

କଳ୍କୀ ରୂପ ତୋର         ଦେଖାରେ ଠାକୁର

       ସେମାନେ ଯାଆନ୍ତୁ ମାଟିରେ ମିଶି ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in