Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଵଳରାମ ତରାଈ

Others

3  

ଵଳରାମ ତରାଈ

Others

ନିବାଚନ ଫଳାଫଳ

ନିବାଚନ ଫଳାଫଳ

1 min
190



ବିରୋଧୀ ଦଳଙ୍କ ନିଦ ଉଡିଗଲା

ନିର୍ବାଚନ ଫଳ ଡରି

କାହା ମୁଣ୍ଡରେ ଲାଗିବ ବିଜୟ ଡୋର

କାଲିକୁ ଅପେକ୍ଷା କରି ।


ମାଟ୍ରିକ ପରୀକ୍ଷା ପିଲାଙ୍କ ସରିଲା 

ନେତାଙ୍କ ପାଳି ପଡ଼ିଲା

ନେତାମାନଙ୍କ ମନ୍ଦିର ମାନଙ୍କରେ

ପୁଜାରେ ଭିଡ ଜମିଲା ।

 

କାଲି ଫଳା ଫଳ କିଏ ଜିତିବି 

ନେତାଙ୍କର ଭାଗ୍ୟ ରେଖା

ଜନତା ଜନାର୍ଦ୍ଦନଙ୍କର ବିଚାର

ଖୋଲିବ ତାଙ୍କର ମୁଖା


କୁଜି ନେତାମାନେ ଆଜିଠାରୁ ବେକା

ଭୋଟ ବିକ୍ରି କରି ବୋକା

ଭୋଟର ମାନେ ପଇସା ନେଇ ଜାଇ

ବନାଇଲେ ତାଙ୍କୁ ବୋକା ।


ଛାତିକି ଦେଖାଇ କିଏ ସେ ଚାଲିବ

କିଏ ହେବ ମରିଚିକା

କିଛି ନେତାଙ୍କର ହୋଷ ରହିବନି

ମୁଁହ ପଡିଯିବ ଫିକା ।


କାଲିକି ମିଡିଆ ପାଖରେ କଥାରେ

ମାରିବେ ଚଉକା ଛକା

ହାରିବା ନେତା ମାନଙ୍କର କାଲିଠୁ

ମେଡିକାଲ ହେବ ଦେଖା ।


ଭୋଟ ସରିଲା ପରେ ମିଳବନି ଆଉ 

ତାଙ୍କ ଦେଖା ଆଉ ସଖା

ଜନତା ଭୋଟ ସେ ହାତକୁ ନେଇ

ଆମକୁ କରିବେ ବୋକା ।


ଏତ ଆମ ରାଜନୀତି କଥା

ପାଞ୍ଚ ବର୍ଷ ପରେ ପୁଣି ଦେଖା ।



Rate this content
Log in