Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ଓଡ଼ିଆ ଗଳ୍ପ ଓ କବିତା - ୨

Inspirational

2.5  

ଓଡ଼ିଆ ଗଳ୍ପ ଓ କବିତା - ୨

Inspirational

ପ୍ରତୀକ୍ଷା

ପ୍ରତୀକ୍ଷା

1 min
6.6K


ଉର୍ମିଳା ଗିରି (ବିଶ୍ଵାଳ)


ସମ୍ପର୍କର ରଜ୍ଜୁ ଛିଣ୍ଡିବା ପୂର୍ବରୁ

ଏଠି ନୀତି ପ୍ରତି ସଂଗ୍ରାମ ଚାଲେ

ଜୀବନ କୁରୁକ୍ଷେତ୍ରରେ ।

ପାପ ଓ ପୂଣ୍ୟ କୌରବ ପାଣ୍ଡବ ଭିତରେ

କୃଷ୍ଣ ଏଠି ବନ୍ଧା ପଡୁଛି

ଆମ ଛଳନାର ମୋହ ଜାଲରେ ।

ଆମେ ଅହରହ ଅନେକ ପ୍ରତିଜ୍ଞାରେ

ନିଜକୁ ରାଣ ନିୟମ ପକେଇ

ଏକ ସୁରକ୍ଷା କବଚ ତିଆରି କରୁ

ମାତ୍ର ଆଖି ପଲକରେ ,

ତାହାକୁ ସ୍ଵାର୍ଥ ଡିନାମାଇଟ ପକାଇ

ଛିନଛତ୍ର କରୁ

ରାଜନୀତି , କୂଟନୀତି ସବୁ ଧର୍ମ ଦରବାରରେ ।

ନୀତି କାଠଗା ମଧ୍ୟରେ

ବେହାଲ ହୁଅନ୍ତି ଆମ ମଇଳା ଗଦାକୁ ସଫା କରିବାର

ଶୁଦ୍ଧ ଗଙ୍ଗା ଜଳରେ ଗାଧୋଇବା ଭିତରେ ।

ନୀତି ଏଠି ସଂସାରର ଶ୍ରେଷ୍ଠ ଜୀବ

ମଣିଷର ଅହଙ୍କାର ରାଜରାସ୍ତାରେ

ଦୁର୍ଘଟଣାଗ୍ରସ୍ତ ହୋଇ ପଡି ରୁହନ୍ତି

ଅଗଣିତ ମୁର୍ମୁଷୁ ଜନ ନୀତି ମୋକ୍ଷର ଆଶାରେ ।

ତଥାପି ପଣେ ଆଶା ଥାଏ ସଭିଙ୍କ ଆଖିରେ

ଆଜି ନ ହେଲେ ବି କାଲି ଆସିପାରେ

କିଛିବି ସୁଫଳ

ହୁଏ ତ ସକାଳ ବା ସନ୍ଧ୍ୟାରେ

ଅବା ମହାବାତ୍ୟାପରେ ।


Rate this content
Log in