Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunita Barik

Tragedy Abstract

5.0  

Sunita Barik

Tragedy Abstract

ଭାଇ ପରି କେହି ନାହିଁ

ଭାଇ ପରି କେହି ନାହିଁ

1 min
378


କଥା ଦେଇଥିଲୁ ଏ ଆଖିରେ କେବେ

ଲୁହ ଟୋପେ ଦବୁ ନାହିଁ

ଦୁଃଖ କୁ ତୁ କେବେ

ମୋ ଛାଇ ସୁଦ୍ଧା

ମାଡିବାକୁ ଦବୁ ନାହିଁ

କହିଥିଲୁ ପୁଣି ମାଗିବା ଆଗରୁ

ସବୁ ଆଣି ଦବୁ ମୋ ପାଇଁ

ଦୁନିଆର ଯେତେ ଖୁସି ଅଛି ସବୁ

ମୋ ହାତ ପାପୁଲିରେ ଦବୁ ରଖି

ସବୁ ଭୂଲି ତୁ ଅଧାବାଟେ ମୋର

ହାତ ଛାଡି ଚାଲି ଗଲୁ

କୋଉଠି ହଜିଲୁ ଖୋଜି ଖୋଜି

ତୋତେ ପାଉନାହିଁ ମୁହିଁ

କଥା ମୁଁ ଦ‌ଉଛି ତୋ ମଥା ଛୁଇଁ

ଅଝଟ ହେବିନି ଆଉ

ଫେରିଆ ଫେରିଆ ମୋ ସୁନା ଭାଇ

ତୋ ବାଟ ଵସିଛି ଚାହିଁ

କିଛି ଲୋଡା ନାହିଁ

ତୋ ବିନା ମୋର

ତୁ ଥିଲେ ସବୁ ସୁନ୍ଦର

ତୋ ବିନା ଏ ଘର ଅଗଣା

ସବୁ ଖାଲି ନାରଖାର

ତୁ ମୋ ବାପା ତୁ ମୋ ମାଆ

ତୁ ମୋର ମଣି କାଞ୍ଚନ

ତୋ ପରି କିଏ ମୋ ମନ ବୁଝି

ଖୋଜି ଆଣି ଦବ କହ

ଫେରିଆ ତୁ ଥରେ

କରିବିନି ରାଗରୁଷା

ଯାହା ତୁ କହିବୁ ସବୁ ମୁଁ ମାନିବି

କରିବିନି ଅଭିମାନ

ତୋ ପରି ଭାଇ ଆଉ କେହି ନାହିଁ

ତୁ ତ ଜଗତଜିତା

ତୋ ଆଗରେ ତୁଛ ଦୁନିଆର

ଯେତେ ଖୁସି ଅଛି ପରା

ଯେଉଁଠି ବି ଅଛୁ ଫେରିଆ ମୋ ପାଶେ

ତୋ ବିନା ଜୀବନ ଅଧା

ତୁ ମୋର ବଳ ତୁ ମୋର ଗର୍ବ

ତୋ‌ ପାଇଁ ମୋ ଜୀବନ ।



Rate this content
Log in

Similar oriya poem from Tragedy