Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bikesh Sahu

Others

2  

Bikesh Sahu

Others

ଅଶ୍ରୁ

ଅଶ୍ରୁ

1 min
6.8K


ବେଦନା ସିକ୍ତ ହୃଦୟ କୁ

ସାନ୍ତ୍ୱନା ଦେବାକୁ 

ତ କେତେବେଳେ

ହୃଦୟରେ ଗଚ୍ଛିତ କୋହକୁ

ହାଲୁକା କରିବାକୁ ।

କିଏ ଜାଣେ

ଆଖିର କେଉଁ କୋଣରୁ

ନା ହୃଦୟର ଅତଳ ଗହ୍ବରରୁ

ଝରିଆସେ ଶ୍ରବଣର ଝର ପରି

କେବେ ଝିପ ଝିପ

ତ ବେବେ ଝରି ।

ସେ ହୋଇଥାଉ ପ୍ରିୟାର ପ୍ରତାରଣା

କି ଆତ୍ମୀୟ ସ୍ଵଜନର ବିଚ୍ଛେଦ

କିମ୍ବା ବହୁ ପ୍ରତିକ୍ଷର ଅନ୍ତ

ସୁଖ ହେଉ କି ଦୁଃଖ

ଏକ ପ୍ରକୃତ ବନ୍ଧୁ ପରି

ଅବିରତ ଯାଏ ଝରି ।

ତଥାପି କେହି ବୁଝେନି

ଛୋଟ ତାର ସେଇ ଜୀବନକୁ

ଟୋପା ଟୋପା ମୋତି ପରି

ପ୍ରତିଟି ତା ଝରକୁ

ସେ ବି ତ କେବେ କହେନି

ତା ଟିକି ହୃଦୟର ଦୁଃଖ ।

ନିସ୍ୱାର୍ଥପର ଭାବେ ଝରିଯାଏ

ଆଉ କାହା ପାଇଁ

ନିଜକୁ କରି ଉତ୍ସର୍ଗ

ସତରେ ପର ପାଇଁ

ତା ମନରେ କେତେଯେ ଦରଜ ।


Rate this content
Log in