Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bauribandhu Lenka

Others

5.0  

Bauribandhu Lenka

Others

ଆସିବୁ ଦିନେ ମୋ ଘର

ଆସିବୁ ଦିନେ ମୋ ଘର

1 min
6.4K


କାଳିଆରେ ତତେ ଦେଖିବାକୁ,ପୁରୀ

ଯାଇଛି ଅନେକ ଥର

କେବେ କଣ ତୋର ଇଚ୍ଛା ହୁଏ ନାହିଁ

ଆସିବାକୁ ମୋର ଘର ॥୦॥

 ବନ୍ଧୁ ବୋଲି ଭାବି ଶୁଣାଇଛି ତତେ

ମୋ' ଘର ଦୁଃଖ କାହାଣୀ

ସବୁ ତ ଶୁଣିଲୁ ପଦେ କହିଲୁନି

ସେଇ ପୁରୁଣା ଚାହାଣି

ଶୁଣି ଶୁଣାଇଲେ ବନ୍ଧୁ ଭାବ ସିନା

ବୁଝନ୍ତା ଏ ମନ ମୋର

କାଳିଆରେ ତତେ ଦେଖିବାକୁ...॥୧॥

 ଲକ୍ଷେ ଜୋଜନରୁ ଗଜ ଡାକ ଦେଲା

ଶୁଣିଲୁ ତାହାର ଡାକ

ଯାଜପୁର ବନ୍ଧୁ ମହାନ୍ତି ଡାକିଲା

ନିବାରିଲୁ ତାର ଭୋକ

ମୁଁ କ’ଣ ତୋ ବନ୍ଧୁ ନୁହେଁରେ କାଳିଆ

ମୋ ଠାରେ ନାହିଁ ନଜର

କାଳିଆରେ ତତେ ଦେଖିବାକୁ .......॥୨॥

 ବନ୍ଧୁ 'ଭାବ' ରେ ମୋ ରହିଲା କି ଊଣା

ମୁଁ ତ ଜାଣି ପାରୁନାହିଁ

ତୁ କଲେ କପଟ ଜାଣିବାର ବାଟ

ପାଇବି କେଉଁଠୁ ମୁହିଁ

ରଖିଛି ଭରସା ପୂର୍ଣ୍ଣ ହେବ ଆଶା

ଆସିବୁ ଦିନେ ମୋ ଘର

କାଳିଆରେ ତତେ ଦେଖିବାକୁ .....॥୩॥

******


Rate this content
Log in