Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Padmalaya Mishra

Others

2  

Padmalaya Mishra

Others

କାଳିଆ ଠାକୁର

କାଳିଆ ଠାକୁର

1 min
6.6K


ଭାରି ସ୍ଵାର୍ଥପର କାଳିଆ ଠାକୁର

ବୁଝେନା ସେ କାହା ମନ

ଭକତଙ୍କୁ ବାନ୍ଧି ଭାବରେ ତା ଛନ୍ଦି

ଭକ୍ତଙ୍କୁ କରେ ଉଛନ ।

କାଳେ ଭୁଲିଯିବ ଭକତ ମଜିବ

ସୁଖର ଚାଦର ପାଇ

ସେଥିପାଇଁ ଜଗା ପକାଇ ତା ପଘା

ଉଛୁଳାଏ ଦୁଃଖ ନଈ ।

ମୁଠେ ଭାତ ପାଇଁ ହୁଏ ହାଇପାଇଁ

ଦରିଦ୍ର ଜନ ବିକଳେ

ହେ କମଳାକାନ୍ତ ଜଗତର ନାଥ

ଡାକଇ ଦୁଃଖୀ ଆକୁଳେ ।

ଏମିତି ନିର୍ଦୟ ତଥାପି ନିର୍ଭୟ

କାଳିଆର ଭକ୍ତଗଣ

ଆସିବ ସେଦିନ ହଟିବ ଦୁର୍ଦିନ

ଦେଖାଇବ ପ୍ରଭୁପଣ ।

ରଖ ବେଣୁପାଣି ନିତି ଡାକେ ପୁଣି

ଦୁଃଖର ସାଗରେ ବୁଡି

ସୁଖର ପବନ ଛୁଇଁବ ଜୀବନ

ପ୍ରାଣପକ୍ଷୀ ଯିବ ଉଡି ।।।।


ପଦ୍ମାଳୟା


Rate this content
Log in