Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta

Others

3  

Abhakanta

Others

ମୋର ଅଜାଣତେ

ମୋର ଅଜାଣତେ

1 min
13K


ମୋର ଅଜାଣତେ

 

ଆଭାକାନ୍ତ ମହାନ୍ତି

 

ମୋର ଅଜାଣତେ        ମୋ ଚିତ୍ତ-ଚୈତନ୍ୟ

       କରିଲ ଯେ'ଦିନୁ ଚୋରି,

ଆୟୁଷରେ ମୋର        ଦିବସ ଜିତିଛି

       ରାତିଟି ଯାଇଛି ହାରି । ୦ ।

 

ବିନା ପ୍ରୀତିରାଗେ         ବିଛଣା ଚାଦର

       ସାଉଁଟି ହେଉଛି ଛାଆଁ,

ଆଖିବୁଜା, ହଜା           ନିଦ ଛଟପଟ

       ସାକ୍ଷୀ ହୁଏ ପାରିଶୁଆ,

ବିରକ୍ତିରେ ଅଙ୍କ           ଗଣିଲାନି ଆଉ

       ମୋ ସପନ-ଯାଦୁଗରୀ । ୧ ।

 

କହିପାରୁନାହିଁ             କେମିତି ପହଞ୍ଚି

       ତୋଳୁଥିଲି ପାରିଜାତ,

ଫୁଲେଇ ପରୀଙ୍କୁ          ହରାଇଲି ପ୍ରିୟେ

       ଶୁଣାଇ ତୁମ ବୃତ୍ତାନ୍ତ,

ଫେରି ପରଖିଲି           ମୋ ଆଶା-ଅଟ୍ଟାଳି

       ତୁମେ ତ ଦେଇଛ ଚୂରି । ୨ ।

 

ନୂଆସାହି, ବିଡ଼ାନାସୀ, କଟକ-୭୫୩୦୧୪

ଫୋନ୍-୯୦୪୦୦୦୩୧୦୧

*****


Rate this content
Log in